ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବାତିଲ ହେଲା ସିବିଏସଇ ବୋର୍ଡ ପରୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଟ୍ୱିଟ କରି ସୂଚନା ନେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ତେବେ ପରୀକ୍ଷା ବାତିଲ ହେଲେ କେଉଁ ଆଧାରରେ ପରୀକ୍ଷା ହେବ ଓ ମାର୍କ ଦିଆଯିବ ସେ ନେଇ ନିଷ୍ପତ୍ତି ନେବ ବୋର୍ଡ । ପିଲାମାନେ ନିଜ ନିଜ ମାର୍କରେ ସନ୍ତୁଷ୍ଟ ନହେଲେ ପୁଣିଥରେ ପରୀକ୍ଷା ଦେଇପାରିବେ । ଜୁନ୧ ରେ ପୁଣିଥରେ ଏ ବାବଦରେ ସମୀକ୍ଷା କରିବା ପରେ ନିଷ୍ପତ୍ତ ିନିଆଯିବ ବୋଲି ଶିକ୍ଷାମନ୍ତ୍ରୀ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ସିବିଏସଇ ବୋର୍ଡ ପରୀକ୍ଷା କରା ନ ଯିବାକୁ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଥିଲେ। ଏଭଳି ଏକ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟରେ ବୋର୍ଡ ପରୀକ୍ଷା କରାଇବା ବିପକ୍ଷରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍ୱର ଉତ୍ତୋଳନ କରିବା ପରେ ‘କ୍ୟାନ୍ସଲ୍ ବୋର୍ଡ ଏକ୍ଜାମ୍ସ୍ ୨୦୨୧’ ହାସ୍ଟ୍ୟାଗ୍ ମଧ୍ୟ ଟୁଇଟର୍ରେ ଟ୍ରେଣ୍ଡିଙ୍ଗ୍ ହୋଇଥିଲା ଜ୍ଝ ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରୀକ୍ଷା ବାତିଲ କରିବାକୁ ଘୋଷଣା କରିଛନ୍ତି ଜ୍ଝ