ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସ୍କୁଲ ଖୋଲିବା ନେଇ ଚିନ୍ତାରେ ଅଛନ୍ତି ଅଭିଭାବକଙ୍କ ଠାରୁ ଆରମ୍ଭ କରି ପିଲାମାନେ। କରୋନାର ଦ୍ୱିତୀୟ ଷ୍ଟେନ ବ୍ରିଟେନ ରେ ଆରମ୍ଭ ହୋଇଥିବା ବେଳେ ଏହା ଉପରେ ନଜର ରଖି ସ୍କୁଲ କେବେ ଖୋଲିବ ଏନେଇ କୈାଣସି ନିଷ୍ପତ୍ତି ନିଆଯାଇନାହିଁ ।
ସମୀର ଦାସ କହିଛନ୍ତି ଆମ ପାଇଁ ଆମ ପିଲାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରୀକ୍ଷା ନେଇ ମଧ୍ୟ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି । ନୂତନ ବର୍ଷର ଗାଇଡଲାଇନ ଅନୁସାରେ ସିନେମା ହଲ ଓ ଯାତ୍ରାକୁ ଅନୁମତି ମିଳିଥିବା ବେଳେ ୩ ତାରିଖରୁ ମନ୍ଦିର ଖୋଲିବା ନେଇ ଅନୁମତି ମିଳିଛି ।
ଅନ୍ୟପଟେ ସ୍କୁଲ , କଲେଜ , ଓ କୋଚିିଂ ସେଣ୍ଟର ଆଦି ଖୋଲିବା ନେଇ ସମୀର ଦାସ ବିଚାର କହିଛନ୍ତି କେନ୍ଦ୍ର ସରକାର ସିବିଏସଇ ପରୀକ୍ଷା ପାଇଁ ତାରିଖ ଘୋଷଣା କରିସାରିଥିବା ବେଳେ ବୋର୍ଡ ପରୀକ୍ଷା ଓ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ ।
ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଡିସେମ୍ବର ୩୧ ରେ ହେବ ବୋଲି ତାରିଖ ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।ଏହି ବୋର୍ଡ ପରୀକ୍ଷା ମେ ୪ ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ ଓ ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି ।