ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜଧାନୀରେ ଭାରି ପଡିବ ଦ୍ରୁତ ଗତିରେ ଗାଡିଚାଳନା । ଏଣିକି ରାଜଧାନୀ ରାଜରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଇଲେ ମିଳିବ ଦଣ୍ଡ । ସିସିଟିଭି ଓ ସ୍ପିଡ ଡିଟେକ୍ଟର ସ୍କାନରରେ ରହିବେ ପ୍ରତେକ ଗାଡିଚାଳକ । ଧାର୍ଯ୍ୟ ଗତିଠାରୁ ଅଧିକ ଗତିରେ ଗାଡି ଚଳାଇଲେ ଏଣିକି ଆପଣଙ୍କ ଫଟୋ ଉଠିଯିବା ସହ ଆପଣଙ୍କ ଘରକୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରିକରାଯିବ । ନିୟମ ଭାଙ୍ଗିଥିବା କାରଣରୁ ଆପଣଙ୍କୁ ଭରିବାକୁ ପଡିବ ଫାଇନ ।
ତେବେ ଧାର୍ଯ୍ୟ ସମୟ ମଧ୍ୟରେ ନିଜ ଫାଇନ ନ ଦେଲେ ଆପଣଙ୍କ ବିରୋଧରେ କୋର୍ଟରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଜଣାପଡିଛି । ଏଭଳି ସୂଚନା ଦେଇଛନ୍ତି କମିଶନରେଟ ପୋଲିସରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବାକୁ ଥିବା ବେଳେ ଏହାସହ ଭୁବନେଶ୍ୱରର ୮ ଟି ସ୍ଥାନରେ ସ୍ପିଡ ଡିଟେକ୍ଟର ଲାଗିବା ନେଇ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସହରର ୧୮ ଟି ପ୍ରମୁଖ ସ୍ଥାନରେ ସ୍ପିଡ ଡିଟେକ୍ଟର ଲାଗିବ ବୋଲି ଜଣାପଡିଛି । ତେବେ ଏଥିମଧ୍ୟରୁ ୫ ଟି ସିସିଟିଭିରେ ସ୍ପିଡ ଡିଟେକ୍ଟର ଲାଗିଛି । ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ତାଜପଥରେ ୮୫ କିଲୋମିଟର ଓ ସହର ମଧ୍ୟରେ ନିର୍ଦ୍ଧାରିତ ଗତି ଠାରୁ ଅଧିକ ବେଗରେ ଗାଡି ଚଳାଇଲେ ଏଣିକି ଜୋରିମାନା ଦେବାକୁ ପଡିବ । ଏ
ହି ସବୁ ସିସିଟିଭି ଓ ସ୍ପିଡ ଡିଟେକ୍ଟର ୧୬ ନମ୍ବର ଜାତୀୟ ରାଜପଥର ସତ୍ସଙ୍ଗ ବିହାର ଛକ, ନୂଆପଲ୍ଲୀସ୍ଥିତ କ୍ରାଉନ୍ ହୋଟେଲ ,ଖଣ୍ଡଗିରି ପେଟ୍ରୋଲ ପମ୍ପ ରେ ଲାଗୁଥିବା ବେଳେ ସିବିଆଇ ଛକ, ସୁର କମ୍ପାନି ଛକ, ମାଷ୍ଟରକ୍ୟାଣ୍ଟିନ୍, ରୁପାଲି ଛକ, ନୂଆ ଗାଁ ଛକ ଆଦି ସ୍ଥାନରେ ଏହି ସିସିଟିଭି ଲାଗୁଛି । ଏହି ସ୍ପିଡ ଡିଟେକ୍ଟର ଓ ସିସିଟିଭି ମାଧ୍ୟମରେ ସହରରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି ଓ ଅପରାଧୀଙ୍କ ଉପରେ ନଜର ରଖାଯାଇପାରିବ ବୋଲି ଜଣାପଡିଛି ।