ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଯଦି କଲେଜରେ ସିସିଟିଭି ଲଗା ଯାଇନଥାଏ ତେବେ ସେହି କଲେଜକୁ ଯୁକ୍ତ ୨ ପରୀକ୍ଷା ସେଣ୍ଟର କରାଯିବ ନାହିଁ । ଏମିତି ଏକ କଡା ନିର୍ଦେଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପରିଷଦ ପକ୍ଷରୁ ନିର୍ଦେଶ ରହିଛି ଆସନ୍ତା ୧୦ ତାରିଖ ମଧ୍ୟରେ କଲେଜରେ ସିସିଟିଭି ଲାଗିଥିବା ନେଇ ରିପୋର୍ଟ ଦେବାକୁ କୁହାଯାଇଛି ।
ସେହିଭଳି କଲେଜଗୁଡିକରେ ଲାଗିଥିବା ସିସିଟିଭି ସହିତ ଇଣ୍ଟରନେଟ କନେକଟିଭିଟି ରହିଛି କି ନାହିଁ ସେନେଇ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି । ପୁରା ପରୀକ୍ଷା ରେକଡିଂ କରି ରଖିବାକୁ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ କୁହାଯାଇଛି । ଗତଥର ବିଭିନ୍ନ କଲେଜରେ ଅନୀୟମିତତା ଓ ବିଶୃଙ୍ଖଳା ଦେଖା ଯାଇଛି । ଯାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।