ଭଦ୍ରକ(ଏଟିଆର ବ୍ୟୁରୋ):କେନ୍ଦ୍ର ସରକାର ଆଧାର କାର୍ଡକୁ ବାଧ୍ୟତାମୂଳକ କରିବା ପରଠାରୁ ବ୍ୟାଙ୍କଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଯାଇଛି । ବିନା କୌଣସି ଅର୍ଥ ଦେଇ ଏହି ଆଧାର କାର୍ଡକୁ ବନାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଖାତିର ନକରି ଆଧାର ସେଣ୍ଟର ମାଲିକ ମାନେ ଅର୍ଥ ମାଗିବାର ଅଭିଯୋଗ ସାମ୍ମନାକୁ ଆସିଛି ।
ଆଜି ଭଦ୍ରକର ବାସୁଦେବପୁର ବ୍ଲକର ନରସିଂହପୁର ଛକରେ ଥିବା ଆଧାର କାର୍ଡ ସେଣ୍ଟରରେ ଆଧାର କାର୍ଡ ବନାଇବା ଓ ସଂଶୋଧନ କରିବା ନିମନ୍ତେ ୨୦୦ ଟଙ୍କା ମାଗୁଛନ୍ତି ଆଧାର ସେଣ୍ଟର ମାଲିକ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଟଙ୍କା ଦେବା ପାଇଁ ମନା କରିବା ସହ ଏହାକୁ ବିରୋଧ କରିଥିଲେ । ଯାହା ଫଳରେ ସପୃକ୍ତ ମାଲିକ ଓ ଲୋକମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଅଧିକ ତୀବ୍ର ହେବାରୁ ସେଣ୍ଟର ମାଲିକ ଘଟଣା ସ୍ଥଳ ଛାଡି ଚାଲିଯାଇଥିଲେ । ଲୋକ ମାନେ ସେଣ୍ଟର ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।