ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଜେପି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଜନ ସଚେତନତା କରାଯିବ ସହ ବିଭିନ୍ନ ଜାଗାରେ ରାଲି କରାଯାଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ବାବୁଲ ସୁପ୍ରିୟୋ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ବହ୍ମପୁରରେ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବ ରାଲିରେ ବାବୁଲ ସୁପ୍ରିୟୋ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସେହିଭଳି ଆସନ୍ତା ୧୧ ତାରିଖରେ ସମ୍ବଲପୁରରେ ହେବାକୁ ଥିବା ରାଲିରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଉଦବୋଧନ ଦେବେ ବୋଲି କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଥାଉକି, ବିଜେପି ପକ୍ଷରୁ ହେଉଥିବା ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ବିଜେପି କର୍ମୀ ମାନେ ୧ କୋଟି ପରିବାର କୁ ଯାଇ ସିଏଏ ବିଷୟରେ ବୁଝାଇବେ । ଏହି ଜନ ସଚେତନତା କାର୍ଯ୍ୟକ୍ରମ କିଛି ଦିନ ତଳେ କେନ୍ଦ୍ରପଡା ଅଞ୍ଚଳରେ କରାଯାଇ ଥିଲା ।