ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଶିକିଳିପାଳ ଜଙ୍ଗଲରେ କିଭଳି ନିଆଁ ଲାଗିଲା ତାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ ମିତଲ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଛି ।
ପୁର୍ବରୁ ଟିମର ଆଉ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ଅଛନ୍ତି । ଡକ୍ଟର ମିତଲ ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦ୍ରୀୟ ଟିମ୍ର ଏହି ଦୁଇ ସଦସ୍ୟ ଶିମିଳିପାଳ ଗସ୍ତରେ ଯାଇ ଜଙ୍ଗଲରେ ନିଆଁ ଲାକିବାର କାରଣ ଓ ନିରାକରଣ ଅନୁଧ୍ୟାନ କରିବେ ।
ଏହି ଟିମ୍ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡ. ଅମିତ ମଲ୍ଲିକ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଭୁବନେଶ୍ବର ସ୍ଥିତ ଆଞ୍ଚଳିକ କାର୍ୟ୍ୟାଳୟର ଡିଡିଜି ସୁବ୍ରତ ମହାପାତ୍ର ଏବଂ ଅଗ୍ନି ବିଶେଷଜ୍ଞ ଆରତି ଚୌଧୁରୀ ରହିଛନ୍ତି। ଏମାନେ ନିଆଁ ଲାଗିବା ଘଟଣାର ଆକଳନ କରିବେ ଓ ଶିମିଳିପାଳ ଜଙ୍ଗଲ ସ୍ଥିତିକୁ ସ୍ବତନ୍ତ୍ର ଦୃଷ୍ଟି ଦେବେ। ସ୍ଥିତି ନିୟନ୍ତ୍ରଣ ହେବା ପର୍ୟ୍ୟନ୍ତ ଏହି ଟିମ୍ ଓଡ଼ିଶାରେ ରହିବ।