ସୁନ୍ଦରଗଡ(ଏଟିଆର ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲାରେ ଓଡିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଆଜି ଭିତ୍ତିଭୂମି ଅନୁଧ୍ୟାନ କରିବେ କେନ୍ଦ୍ର ବୈଷୟିକ ଟିମ୍ । ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ରାଜ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ୪ ଜଣ ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଅଛନ୍ତି । ଏହି ଟିମ୍ ସୁନ୍ଦରଗଡର ଦ୍ଭଗ୍ଧକ୍ଟ୍ରମ ମେଡିକାଲ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିବେ । ଏହି ଅନୁଧ୍ୟାନ ପରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ ।
ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି ଟିମରେ ନିୟୋଜିତ ଅଛନ୍ତି ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଡାକ୍ତର ଗୀତାଞ୍ଜଳି ବତମାନବେନ,ନୂଆଦିଲ୍ଲୀ ଏମ୍ସ ମେଡିକାଲ କଲେଜର ଅଧ୍ୟକ୍ଷ ଡ.ଡି.କେ.ଶର୍ମା,ଓଡିଶା ସରକାରଙ୍କ ଡିଏମଟି ଡ. ସି.ବ.ିକେ ମହାନ୍ତି ଆଦି ପ୍ରମୁଖ ରହିଛନ୍ତି ।
ସୁନ୍ଦରଭଡା ସାଂସନ ଜୁଏଲ ଓରାମ କହିଛନ୍ତି ଯଦି ରାଜ୍ୟ ସରକାର ଏହାକୁ ମେଡିକାଲ କଲେଜ ନ କରନ୍ତି ତେବେ କେନ୍ଦ୍ର ଏହାକୁ ଏମ୍ସ କରିବ ।