ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତ ମେ ମାସ ୨୦ ତାରିଖରେ ହୋଇଥିବା ବାତ୍ୟା ଆମ୍ପାନ ଯୋଗୁଁ ଓଡିଶାର କିଛି ସ୍ଥାନ ତଥା ଉତ୍ତର ଉପକୂଳ ଓଡିଶରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆମ୍ପାନର କ୍ଷୟକ୍ଷତି ଆକଳନ ପାଇଁ ଆଜି ଓଡିଶାରେ ପହଁଚିଛନ୍ତି କେନ୍ଦ୍ରୀୟ ଟିମ୍ ।
ଏହି ୫ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ଓଡିଶାରେ ବାତ୍ୟା ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲିଲା ପରେ ଏନେଇ କେନ୍ଦ୍ରକୁ ଏକ ରିପୋର୍ଟ ଦେବେ । ଦୁଇ ଦିନିଆ ଗସ୍ତରେ ଆସିଥିବା ଏହି ଟିମ୍ ଆଜି କେନ୍ଦ୍ରପଡା ଓ ବାଲେଶ୍ୱର ସ୍ଥିତି ବୁଲି ଦେଖିବେ । ଏହାପରେ ଆସନ୍ତାକାଲି ଜଗତସିଂହପୁର ଏବଂ ଭଦ୍ରକ ଅଞ୍ଚଳ ବୁଲି ଦେଖିବା ପରେ କେନ୍ଦ୍ରକୁ ରିପୋର୍ଟ ଦେବେ ।