ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ତିତଲି ପ୍ରଭାବରେ ଓଡିଶାରେ ହୋଇଥିବା କ୍ଷୟ କ୍ଷତିର ଆକଳନ ପାଇଁ ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚି ଛନ୍ତି କେନ୍ଦ୍ରୀୟ ଟିମ । ଏହି ଟିମ ଅନ୍ୟ ଏକ ବିମାନରେ ଭୁବନେଶ୍ୱରୁ ରଙ୍ଗେଇଲୁଣ୍ଡା ଯିବେ । ତିତଲି ପ୍ରଭାବରେ ଓଡିଶାରେ ପ୍ରବଳ କ୍ଷୟ କ୍ଷତି ହୋଇଛି । ସାହାର୍ଯ୍ୟ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଏଣୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ଏକ ଟିମ ପଠାଇଛନ୍ତି । ପ୍ରଭାବିତ ହୋଇଥିବା ଅଞ୍ଚ ବୁଲି ଦେଖିବେ ଏହି ଟିମ । ଏହା ପରେ ସପ୍ତାହକ ମଧ୍ୟରେ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ଏହି ରିପୋର୍ଟ ପାଇବା ପରେ କେନ୍ଦ୍ର ସରକାର ସହାୟତା ରାଶି ପ୍ରଦାନ କରିବେ ବୋଲି କହିଛନ୍ତି । ତେବେ ତିତଲିରେ ମୋଟ ୨୭ ହଜାର ୭୦ କୋଟି କ୍ଷତି ହୋଇଥିବା ରାଜ୍ୟ ସରକାର ଆକଳନ କରିଛନ୍ତି । ପୁନର୍ବାର ଏହାର ଆକଳନ କରିବା ପାଇଁ ଆସିଛନ୍ତି କେନ୍ଦ୍ର ଟିମ ।
ଗଞ୍ଜାମ ଏବଂ ଉପରେ ତିତଲିର ପ୍ରଭାବ ଅଧିକ ପଡିଥିଲା । ଯାହା ଫଳରେ ଏଠାରେ ଅଧିକ କ୍ଷୟ କ୍ଷତି ହୋଇଥିଲା । ଏଣୁ ଏସ.କେ ଶଶୀଙ୍କ ନେତୃତ୍ୱରେ ଆସିଥିବା ୮ ଜଣିଆ ଟିମ ୨ ଭାଗ ହୋଇ ଉଭୟ ଜିଲ୍ଳାର ଅଞ୍ଚଳ ବୁଲି ଦେଖିବେ । ସ୍ଥିତି ପରଖିବା ପରେ ସପ୍ତାହେ ଭିତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ଏହି ଟିମ ।