ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ନୂଆ ସଂସଦ ଭବନ ନିର୍ମାଣ ନିମନ୍ତେ ଗ୍ରୀନ ସିଗନାଲ ମିଳିଛି । ଜଷ୍ଟିସ ଏଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠର ଏହି ମାମାଲାର ଶୁଣାଣି କରିଛନ୍ତି ।ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ ପାଇଁ ସର୍ତ୍ତ ମୂଳକ ମଞ୍ଜୁରି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।
ଆଜି ଏହି ମାମାଲାର ଶୁଣାଣି ରହିଥିଲା । ଶେଷରେ ଅଦାଲତ ସଂସଦ ଭବନ ନିର୍ମାଣ ନେଇ ଗ୍ରୀନ ସଗନାଲ ପ୍ରଦାନ କରିଛନ୍ତି । ଖଣ୍ଡପୀଠ ରେ ଦୁଇଟି ଭିନ୍ନ ଭିନ୍ନ ନିଷ୍ପତ୍ତି ଶୁଣାଇଥିଲେ । ଗୋଟିଏ ନିଷ୍ପତ୍ତି ଜଷ୍ଟିସ୍ ଏ ଏମ ଖାନବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କର ଥିବା ବେଳେ ଅନ୍ୟଟି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଶୁଣାଇଥିଲେ ।
ସେଣ୍ଟାଲ ଭିଷ୍ଟା ପ୍ରକଳ୍ପରେ ନୂଆ ସଂସଦ ଭବନ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ଅଟକ ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୮୭୬ ଆସନ ବିଶିଷ୍ଠ ଲୋକସଭା ଏବଂ ୪୦୦ ଆସନ ବିଶିଷ୍ଟ ରାଜ୍ୟସଭା ନିର୍ମାଣ କରାଯିବ ।
୧୨୨୪ ସିଟ ବିଶିଷ୍ଟ ସେଣ୍ଟ୍ରାଲ ହଲ ମଧ୍ୟ ତିଆରି କରାଯିବ ।ସେଥିରେ ୫୧ ଟି ମନ୍ତ୍ରୀଳୟ ରହିବ ।ଏହୀ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ହେରିଡେଜ କଞ୍ଜଭେର୍ସନ କମିଟିର ମଞ୍ଜୁରି ଅଣାଯିବ ବୋଲି କୋର୍ଟ କହିଛନ୍ତି ।