ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣଙ୍କର ବିଦ୍ୟୁତ ବିଲ ବକେୟା ଅଛି କି ? ମାସ ମାସ ଧରି ଦେଇ ନାହାନ୍ତି ବିଦ୍ୟୁତ ବିଲ? ତେବେ ଆଉ ଡେରି ନକରି ତୁରନ୍ତୁ ପୈଠ କରନ୍ତୁ ବିଦ୍ୟୁତ ବିଲ, ନହେଲେ ଆପଣ ଆଉ ବିଦ୍ୟୁତ ସେବା ପାଇ ପାରିବେ ନାହିଁ । ଜାନୁଆରୀ ୧୫ ତାରିଖ ସୁଦ୍ଧା ସମସ୍ତ ବିଲ ପୈଠ ନକଲେ, ଜାନୁଆରୀ ୧୬ ତାରିଖରୁ କଟା ହେବ ବିଦ୍ୟୁତ ଲାଇନ । ଏ ନେଇ ଏକ ସାମ୍ବଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା । ସିଇଓ ଅରୁଣ ବୋଥ୍ରା କହିଛନ୍ତି କି, ଖାଉଟି ମାନଙ୍କ ଉପରେ ୨ହଜାର କୋଟି ଟଙ୍କାର ବିଦ୍ୟୁତ ବିଲ ବାକି ରହିଛି । ତେବେ ବକେୟା ଥିବା ବିଲ ମଧ୍ୟରୁ ୯୨ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କ ଉପରେ ବାକୀ ରହିଛି ।
ଅର୍ଥାତ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩କୋଟି ଟଙ୍କା ବାକୀ ରହିଛି । ତେବେ ମୋଟ ଉପରେ ବକେୟା ଥିବା ବିଲ ମଧ୍ୟରୁ ୨୦୯କୋଟି ଟଙ୍କା ଉପରେ ଆପତ୍ତି ଅଭିଯୋଗ ହୋଇଛି । ଯେଉଁ ୨୦୯କୋଟି ଟଙ୍କାର ଆପତ୍ତି ଅଭିଯୋଗ ଆସିଛି ସେଥି ମଧ୍ୟରୁ ୧୦୮ କୋଟି ଟଙ୍କା କେବଳ ଶିଳ୍ପ ସଂସ୍ଥା ବିଲ ବାକି ରହିଛି । ଅନ୍ୟପଟେ ସେସୁର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ୧ଲକ୍ଷ ୪ହଜାର ଲୋକ ୨ବର୍ଷ ହେବ କୌଣସି ବିଦ୍ୟୁତ ବିଲ ଦେଇ ନାହାନ୍ତି । ତେଣୁ ଉପଭୋକ୍ତା ମାନେ ତୁରନ୍ତ ବକେୟା ଥିବା ବିଦ୍ୟୁତ ବିଲକୁ ପୈଠ କଲେ ସେସୁ ଗୁଣାତ୍ମକମାନର ବିଦ୍ୟୁତ ସେବା ଯୋଗାଇ ପାରବ ବୋଲି ସେସୁର ସିଇଓ ଅରୁଣ ବୋଥ୍ରା କହିଛନ୍ତିି । ତେବେ ଉପଭୋକ୍ତମାନଙ୍କୁ ଜାନୁଆରୀ ୧୫ ତାରିଖ ମଧ୍ୟରେ ବିଦ୍ୟୁତ ବିଲ ପୈଠ କରିବାକୁ ଶେଷ ସମୟ ଦିଆଯାଇଛି । ନଚେତ ସେମାନଙ୍କର ଲାଇନ କଟା ହେବ ବୋଲି ସେ ସୂଚନା ଦେଇନ୍ତି ।