ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଳକା ବିଦ୍ୟୁତ ବିଲ ପୈଠ ନକରିଥିବା ଉପଭୋକ୍ତାଙ୍କର ବିଦ୍ୟୁତ ସେବାକୁ ଜାନୁଆରୀ ୧୬ରୁ କାଟ କରୁଥବବା ବେଳେ ଏହାକୁ ନେଇ ଚାରିଆଡେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଥିଲା । ତେବେ ୧୦ଦିନ ପାଇଁ ବିଦ୍ୟୁତ ଦେୟ ଖିଲାପକାରୀଙ୍କୁ ଦେୟ ପୈଠ ପାଇଁ ମହଲତ ଦେଲା ସେସୁ । ଯାହାଫଳରେ ଖିଲାପକାରୀଙ୍କ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖିଲାପକାରୀ ବିଦ୍ୟୁତ କାଟ ହେବନି ।
ତେବେ ଏହି ସମୟସୀମା ମଧ୍ୟରେ ବଳକା ବିଦ୍ୟୁତ ବିଲ ପୈଠ ନକଲେ ପୁଣି ବିଦ୍ୟୁତ କାଟ ହେବ । ଅନ୍ୟପଟେ ସେସୁ ୧୮ଦିନ ଧରି ଚାଲିଥିବା ପ୍ରଥମ ପର୍ଯ୍ୟୟ ବିଦ୍ୟୁତ ଡ୍ରାଇଭରେ ୭୨.୬୬କୋଟି ବକେୟା ବିଦ୍ୟୁତ ବିଲ ଆଦାୟ କରିଛି । ତେବେ ସେଥିମଧ୍ୟରୁ ଅନଲାଇନରେ ୭.୩୩କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ବକେୟା ରଖିଥିବା ୨୧୩୩୯ଜଣ ଉପଭୋକ୍ତାଙ୍କ ବିଦ୍ୟୁତ କାଟ କରାଯାଇଥିବା ବେଳେ ୯୨୮୮ ଉପଭୋକ୍ତାକୁ ରି-କନେକ୍ସନ ଦିଆଯାଇଛି । ଏହି ୧୦ଦିନ ମଧ୍ୟରେ ଅଭିଯୋଗ ଆସିଥିବା ୩୫୨୭୭ଜଣଙ୍କ ବିବାଦ ସମାଧାନ କରାଯିବ । ଏହା ପରେ ପୁଣି ବିଦ୍ୟୁତ କାଟ କରାଯିବା ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା ।