ଡେରାଡୁନ(ଏଟିଆର ବ୍ୟୁରୋ):ଚାମୋଲିରେ ଘଟିଥିବା ହିମସ୍ଖଳନ ବତ୍ତମାନ ସୁଦ୍ଧା ୧୩୬ ଜଣ ନିଖୋଜଙ୍କ ମିଳୁନି ପତ୍ତା । ବର୍ତ୍ତମାନ ପର୍ୟ୍ୟନ୍ତ ୭୦ ଲୋକଙ୍କ ଶବ ଏବଂ ୨୯ ମନୁଷ୍ୟ ଅଙ୍ଗ ମିଳିଥିବା ଜଣାପଡ଼ିଛି । ପ୍ରଳୟକୁ ଏତେ ଦିନ ବିତିଯାଇଥିବାରୁ ରାଜ୍ୟ ସରକାର ନିଖୋଜ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି ।
ମୃତ୍ୟୁ ପ୍ରମାଣପତ୍ରକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯିବ ବୋଲି ଅଧିସୂଚନା ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚନା ଦ୍ୱାରା ନିଖୋଜଙ୍କ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡିଥିଲେ ମଧ୍ୟ ବାସ୍ତବତାକୁ ଗ୍ରହଣ କରିନେବାକୁ ବାଧ୍ୟ ହେଉଛନ୍ତି ।
ଜଳ ପ୍ରଳୟ କାରଣରୁ ଋଷିଗଙ୍ଗା ମୁହାଣରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦରେ ପ୍ରାୟ ୪.୮୦ କୋଟି ଲିଟର ପାଣି ଥିବାର ଆକଳନ କରାଯାଉଛି। ଏହି ଆକଳନ ହିସାବରେ ହ୍ରଦରେ ପ୍ରାୟ ୪୮ ହଜାର ଘନ ଲିଟର ପାଣି ଅଛି। ଯଦି ଏହା ଭାଙ୍ଗିଯାଏ ତାହେଲେ ବଡ ଧରଣର ଦୁର୍ଘଟଣା ହୋଇପାରେ।