ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରଚଣ୍ଡ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ୪ ଦିନ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ହୋଇପାରେ । ଏନେଇ କେତେକ ସ୍ଥାନରେ ଘଡଘଡି ଓ କୁଆପଥର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହ ଗୁଜୁରାଟ,ମଧ୍ୟପ୍ରଦେଶ,ଓଡିଶା ଉପର ଦେଇ ବଙ୍ଗୋପସାଗର ଆଡକୁ ଏକ ଟ୍ରପ୍ ଆସୁଛି ।
ଆସନ୍ତା ୧୧ ଓ ୧୨ ତାରିଖରେ ଗଜପତି,ବାଲେଶ୍ୱର,ଯାଜପୁର,ଗଞ୍ଜାମ,କେନ୍ଦୁଝର,ସମ୍ବଲପୁର,ଅନୁଗୁଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ । ସେହିପରୀ ୧୫ ତାରିଖରେ ସାମାନ୍ୟ ପରିବର୍ତ୍ତନ ଆସିବ । ଏହି ସମୟରେ ଦିନ ଓ ରାତି ତାପମାତ୍ରାରେ କୈାଣସି ପରିବର୍ତ୍ତନ ହେବ ନାହିଁ ।
ଗତ ୨୪ ଘଣ୍ଟା ମଧ୍ୟରେ କେବଳ ବାରିପଦାରେ ଏକ ମିମି ବର୍ଷା ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ଥିଲା। ସୁନ୍ଦରଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୮ ଡିଗ୍ରି ଉପରେ ରହିଥିଲା।