ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ୧୬ ତାରିଖରେ ରାଜ୍ୟରେ ପାଗର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଉପକୂଳ ସମେତ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ କେତେକ ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଯାହାଫଳରେ ରାଜ୍ୟର କେତେକ ସ୍ଥାନରେ ଅଦିନିଆ ବର୍ଷା ସହ ବଜ୍ରପାତ ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
ପାଣିପାଗ ବୈଜ୍ଞାନିକ ମହେଶ ପାଲାୱତ କହିଛନ୍ତି ଫେବ୍ରୁଆରୀ ୧୬ ରୁ ୨୦ ତାରିଖ ମଧ୍ୟରେ ବର୍ଷା ହେବା ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ଆକେ ଅଦିନିଆ ବର୍ଷା ବୋଲି କହିଥାଉ । ଏହି ବର୍ଷାରେ ଓଡିଶା ସହ ମଧ୍ୟପ୍ରଦେଶ , ଝାଡଖଣ୍ଡ , ଛତିଶଗଡ , କର୍ଣ୍ଣାଟକ ଓ ତେଲେଙ୍ଗାନା ଓ ତାମିଲନାଡୁ ଆଦି ରାଜ୍ୟ ପ୍ରଭାବିତ ହୋଇପାରେ ।
ସେହିପରି ବୁଧବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୧୦.୫ ଓ କୋରାନପୁଟରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡିକରେ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ଉପରେ ରହିଛି ।