କୋଣାର୍କ ( ଏଟିଆର ବ୍ୟୁରୋ): ସାଧାରଣତଃ ଅଭିଯୁକ୍ତ ପୋଲିସକୁ ଦେଖିଲେ ଡରେ । ହେଲେ ଆପଣ କେବେ ଦେଖିଛନ୍ତି କି ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ ପୋଲିସ ଅଧିକାରୀଙ୍କ ସେଲଫି ନେବା । ତେବେ ବର୍ତ୍ତମାନ ସେମିତି ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ଜଣେ ଅଭିଯୁକ୍ତଙ୍କ ସହ ସେଲଫି ନେଇଛନ୍ତି ।
ଅଭିଯୁକ୍ତକୁ ଧରି ଥାନାକୁ ଆଣିବା ବେଳେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ଅଭିଯୁକ୍ତଙ୍କ ସହିତ ସେଲଫି ନେଇଥିଲେ । ଯାହା ଶୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିିଥିଲା । ସୂଚନା ଅନୁସାରେ ମୁନା ଓରଫ ରାଧାମୋହନ ବିଶ୍ବାଳ ନାମକ ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ବେଳେ ଆଇଆଇସି ସେଲଫି ନେଇଥିଲେ ।
ଫଟୋକୁ ନେଇ ପୁଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣାକୁ ନେଇ ପୁରୀ ଏସ୍ପି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସିଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।