ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପୁରୀ ପୋଲିସ ହାଜତରେ ମୃତ୍ୟୁ ମାମଲାରେ ବଦଳିଲେ ଅଖିଳେଶ୍ୱର ସିଂ ।ତାଙ୍କୁ କଟକ ପୋଲିସ ମୁୁଖ୍ୟାଳୟ ଏ.ସ୍,ପି ଭାବେ ବଦଳ କରାଯାଇଛି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଞ୍ଜପ୍ତି ଜାରିକରାଯାଇଛି ।କେ. ଋମେଶଙ୍କର ଥାନା ହାଜତରେ ମୃତ୍ୟୁ ହୋଇଥିଲା ଅଭିଯୋଗ ନେଇ ଅଖିଳେଶ୍ୱର ସିଂ ଙ୍କୁ ବଦଳ କରାଯାଇଥିଲା।
ସମ୍ବଲପୁର ଏ.ସ୍,ପି.କନୱର ବିଶାଲ ସିଂ ଙ୍କୁ ପୁରୀ ଏ.ସ୍,ପି.ଭାବେ ନିଯୁକ୍ତି କରାଯାଇଛି ।ସେହିପରି ବାସେଳିସାହି ଥାନାର ଏସ.ଆଇ ବିପ୍ଲବ କୁମାର ପ୍ରଧାନଙ୍କ ସହ କନେଷ୍ଟ ବଳ ବାବୁଲି ବେହେରା ଏବଂ ଜଗନ୍ନାଥ ସ୍ୱାଇଁ ଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି । ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଏହି ଘଟଣାରେ ପୋଲିସର ଆକ୍ସନ୍ ନେଇ ଅଭିଯୋଗ ହୋଇଥିଲା ।ହ୍ୟୁମାନ ରାଇଟ ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନାଙ୍କ ଆବେଦନ କ୍ରମେ ଘ.ଐ.ଜ.ଉ ରାଜ୍ୟ ସରକ।।ରଙ୍କ ଠାରୁ ୧୪ ଟି ପଏଣ୍ଟରେ ଉତ୍ତର ମାଗିଛନ୍ତି ।
ରାଜ୍ୟ ସରକାରଙ୍କୁ ଏ ନେଇ ବିଧାନସଭାରେ ଘେରିଥିଲେ ବିରୋଧୀ । ଘ.ଐ.ଜ.ଉ ଟିମ ଆଜି ମୃକତଙ୍କ ସମ୍ପର୍କୀୟଙ୍କୁ ପଚରାଉଚାର କରିଛନ୍ତି ।ଏହି ମାମଲା ରାଜ୍ୟ ମାନବାଧିକାର କମିଶନକୁ ଯାଇଛି । ଘ.ଐ.ଜ.ଉ ଗାଇଡ଼ଲାଇନ ୍ ଅନୁଯାୟୀ ଜଣେ ଡ଼ି.ଏସ.ପି ତଦନ୍ତ ଆରମ୍ଭ କରିଛନ୍ତି ।