ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏଏସ ସ୍ତରରେ ଅଦଳବଦଳ କରାଯାଇଛି । ରାଜ୍ୟ ସରକାର ୨୦୦୪ ବ୍ୟାଚର ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆରଡିସି ଓ ସେହି ବ୍ୟାଚର ଆଇଏଏସ ଅଫିସର ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଏସିଏସଟି ବିଭାଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି । ସେହିଭଳି ୨୦୦୭ ବ୍ୟାଚର ଆଇଏଏସ ସୁଶାନ୍ତ କୁମାର ମହାପାତ୍ର ଙ୍କୁ ଭୁସମ୍ପତ୍ତିର ଡାଇରେକ୍ଟର ଇଷ୍ଟେଟସ ଭାବେ ନିଯୁକ୍ତି ଦେଇଛନ୍ତି ।
ଅନ୍ୟଟେ ୨୦୦୯ ବ୍ୟାଚର ଦୁଇ ଆଇଏଏସ ଅଫିସର ଭି.ବିଜୟକୁମାର ଓ ଏନ୍. ତିରୁମାଲା ନାଏକଙ୍କୁ ଯଥାକ୍ରମେ ଆୟୁଷ ବିଭାଗର ନିର୍ଦ୍ଦେଶକ ଓ ଶ୍ରମ କମିଶନର ଭାବେ ଦାୟିତ୍ୱ ଦେଇଛନ୍ତି । ସେହିଭଳି ୨୦୧୫ ବ୍ୟାଚର ଆଇଏଏସ ଅଫିସର ଅବୋଲି ସୁନୀଲ ନରଭାଣେଙ୍କୁ ରାଉରକେଲାର ନୂତନ ଏଡିଏମ ଓ ରାଉରକେଲା ଡେଭେଲପମେଣ୍ଟ ଅର୍ଥରିଟିର ଉପସଭାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।