ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିବାର ଦିନ ହନୁମାନ ଏବଂ ଶନିଦେବଙ୍କୁ ସମର୍ପିତ କରାଯାଇଥାଏ । ଏହିଦିନ ଏହି ଦୁଇ ଦେବତାଙ୍କ ପୂଜା ଓ ବ୍ରତ କରାଯାଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ହନୁମାନଙ୍କ ପୂଜା କରିବା ଦ୍ୱାରା ଭକ୍ତଙ୍କ ଉପରେ ହନୁମାନଙ୍କ ସହିତ ଶନିଙ୍କ କୃପା ଲାଭ ହୋଇଥାଏ । ଏହାଦ୍ୱାରା ଭକ୍ତଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ । ଏହିଦିନ ହନୁମାନ ଚାଲିଶା ଏବଂ ଆରତୀ ପାଠ କରିବା ନିହାତି ଜରୁରୀ । ଏହାଦ୍ୱାରା ଉପାସକଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ । ଏହାସହିତ ଏହିଦିନ ହନୁମାନଙ୍କ ମନ୍ତ୍ର ଜପିବା ଦ୍ୱାରା ଭକ୍ତଙ୍କ ସମସ୍ତ ସଙ୍କଟ ଦୂର ହେବା ସହିତ କୃପା ଲାଭ ହୋଇଥାଏ ।
ଯେଉଁ ବ୍ୟକ୍ତି ବଜରଙ୍ଗୱାଲିଙ୍କ ପୂଜା କରିଥାନ୍ତି ତାଙ୍କ ଉପରେ ବଜରଙ୍ଗୱାଲିଙ୍କ ସହିତ ଶନିଦେବଙ୍କ କୃପା ବଳବତ୍ତର ରହିଥାଏ । ଏହାଦ୍ୱାରା ତାଙ୍କ ଜୀବନରେ ସମସ୍ତ ସସସ୍ୟା ଦୂର ହୋଇଥାଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
ହନୁମାନଙ୍କ ମନ୍ତ୍ର:-
ଓଁ ଅଂ ଅଙ୍ଗାରକାୟ ନମଃ
ଓଁ କପିସେନାନୟକ ନମଃ
ଓଁ ବଜ୍ରକାୟ ନମଃ
ମନୋଜବଂ ମାରୁତତୁଲ୍ୟବେଗଂ, ଜିତେନ୍ଦ୍ରୀୟଂ ବୃଦ୍ଧିମତାଂ ବରଂଷ୍ଠଂ । ବାତାତ୍ମଜଂ ୱାନରୟୁଥମୁଖ୍ୟଂ, ଶ୍ରୀରାମଦୁତଂ ଶରଣଂ ପ୍ରପଘେ । ।
ଅତୁଲିତବଲଧାମଂ ହେମଶୈଲାଭଦେହଂ ଦନୁଜବନକୁଶନୁଂ ଜ୍ଞାନିନାମଗ୍ରଗଣୟମ୍ ।ସକଳଗୁଣନିଧାନଂ ୱାନରାଣାମଧୀଶଂ ରଘୁପତିପ୍ରିୟଭକ୍ତଂ ବାତଜାତଂ ନମାମି । ।
ଓଁ ହଂ ହନୁମତେ ରୁଦ୍ରାତ୍ମକାୟ ହୁଂ ଫଟ
ଓଁ ହଂ ହନୁମତେ ନମଃ