ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ହିନ୍ଦୁ ଧର୍ମରେ ନାରୀଙ୍କୁ ଦେବୀ ରୂପେ ପୂଜା କରାଯାଇଥାଏ । କଥାରେ ଅଛି ପ୍ରତ୍ୟେକ ସଫଳ ପୁୁରୁଷଙ୍କ ପଛରେ ଜଣେ ନାରୀର ହାତ ଥାଏ । ଏଣୁ ଜଣେ ସୁଗୁଣ ବିଶିଷ୍ଟ ନାରୀ ମାନଙ୍କୁ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ । ମାତ୍ର ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛିକି ନାରୀ ପାଇଁ ମହାଭାରତ ଏବଂ ରାମାୟଣ ହୋଇଛି । ଏଣୁ ନାରୀ ସଫଳତା ଏବଂ ବିଫଳତାର କାରଣ ହୋଇଥାନ୍ତି । ଆସନ୍ତୁ ଜାଣିବା କେଉଁ ଲକ୍ଷଣ ଦେଖିଲେ ଜାଣିପାରିବା କେଉଁମାନେ ଅଲକ୍ଷ୍ମୀ ।
ସାଧାରଣତଃ କେତେକ ସ୍ତ୍ରୀଲୋକ ସବୁ ଦିନ ଗାଧୋଇବା ପସନ୍ଦ କରିନଥାନ୍ତି । ଯାହା ଫଳରେ ମହା ଲକ୍ଷ୍ମୀ ଏଠାରେ ପ୍ରବେଶ କରିନଥାନ୍ତି । ଏଣୁ ଏଭଳି ଲକ୍ଷଣଥିବା ସ୍ତ୍ରୀ ଲୋକମାନେ ଅଲକ୍ଷଣୀ ହୋଇଥାନ୍ତି । ଏଣୁ ମହାଲକ୍ଷ୍ମୀ ଏହି ଘରକୁ ପ୍ରବେଶ କରିନଥାନ୍ତି ଫଳରେ ଘରେ ସବୁବେଳେ ଦାରିଦ୍ରତା ଲାଗିରହିଥାଏ ।
କେତେକ ମହିଳା ପାପ କର୍ଯ୍ୟ ପ୍ରତି ଧ୍ୟାନ ଦେଇ ପୂଜା କରିଥାନ୍ତି ନାହିଁ ଏବଂ କେତେକ ମହିଳା ମଧ୍ୟ ନିଜ ସ୍ୱାମୀଙ୍କୁ ଛାଡି ଅନ୍ୟ ପୁରୁଷଙ୍କ ପାଖରେ ମନ ରଖିଥାନ୍ତି ଯାହା ଫଳରେ ଏହି ଘରେ ଲକ୍ଷ୍ମୀଙ୍କ କୋପଦୃଷ୍ଟି ପଡିଥାଏ । କେତେକ ମହିଳା ସବୁବେଳେ ରାଗନ୍ତି ତେବେ ଯେଉଁମାନଙ୍କ ଘରେ ଏଭଳି ମହିଳାଙ୍କ ଲକ୍ଷଣ ଦେଖିବାକୁ ମିଳିଥାଏ ସେହି ମହିଳାମାନେ କୁଲକ୍ଷ୍ମୀ ବୋଲି କୁହାଯାଏ ।