ପୁରୀ(ଏଟିଆର ବ୍ୟୁରୋ):ଆଜି ପବିତ୍ର ଶ୍ରୀପଞ୍ଚମୀ । ଏହି ଅବସରରେ ଆଜି ପୁରୀରେ ରଥଯାତ୍ରାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ରଥଖଳାରେ ୩ ଟି ରଥ କାଠକୁ ରଖାଯାଇ ଏହି ଅନୁକୂଳ କାର୍ଯ୍ୟ କରାଯିବ ।
ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବାରୁ ତିନି ରଥ ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୁର୍ବକ ପୂଜାର୍ଚ୍ଚନା କରାଯିବ । ମା ସରସ୍ୱତୀଙ୍କ ନିକଟରେ ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାବନା କରିବା ସହ ପୁଜା କରିବେ ।
ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୬୯ ଖଣ୍ଡ କାଠ ରହିଛି । ଅବଶିଷ୍ଠ ୭୯୬ ଖଣ୍ଡ କାଠ ନୟାଗଡ ଓ ବୈାଦ୍ଧ ବନଖଣ୍ଡ ରୁ ଅଣାଯିବ ।ସ୍ତୋତ୍ରୀୟ ବ୍ରାହ୍ମଣମାନେ ବାଗ୍ଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିବେ।