ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ବିୟୁଟି ପାଜେଣ୍ଟ ସୋ’ ର କ୍ରେଜ୍ ବଢିବାରେ ଲାଗିଛି । ଏହି ବିୟୁଟି ପାଜେଣ୍ଟ ଦ୍ୱାରା ନିଜର ପ୍ରତିଭା ଦେଖାଇବା ପାଇଁ ବେଶ୍ ଉତ୍ସାହ ଯୁବପିଢୀ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ମେଗା ଇଭେଣ୍ଟ ସୋ’ indias-charming-face-odisha-2019 । ଏହି ସୋ’ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେବ । ଏଥିରେ ଓଡିଆ ପ୍ରତିଭା ସେମାନଙ୍କର ଜଲୱା ଦେଖାଇବେ । ସେଥିଲାଗି ଏହି ସୋ’ରେ ଭାଗନେବା ପାଇଁ ଓଡିଶାର ୩୦୦ ରୁ ଅଧିକ ପ୍ରତିଯୋଗୀ ଅନଲାଇନ୍ ଯୋଗେ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୦ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଛି । ସେହି ୫୦ ଜଣଙ୍କୁ ନେଇ ଏକ ଅଡିସନ୍ ହେବ ସେଥିରୁ ୧୬ ଜଣ ପ୍ରତିଯୋଗୀ ବଛା ହେବେ । ସେହି ୧୬ ପ୍ରତିଯୋଗୀ ସିଧା ସଳଖ ମେଗା ଇଭେଣ୍ଟରେ ଏଣ୍ଟ୍ରି କରିବେ । ତେବେ ଆସନ୍ତୁ ଜାଣିବା ସେହି ପ୍ରତିଯୋଗୀଙ୍କ ମଧ୍ୟରୁ କିଛି ପ୍ରତିଯୋଗୀଙ୍କ ବିଷୟରେ ସେମାନଙ୍କ ମୁହଁରୁ
ଇପ୍ସିତା ଦାସ – ମୁଁ ବର୍ତ୍ତମାନ ଈଂଲିଶ୍ ଅନର୍ସ +୩ ପ୍ରଥମ ବର୍ଷର ଛାତ୍ରୀ। ମୁଁ ପ୍ରଫେସନାଲ ମଡେଲ । ମୁଁ ପୂର୍ବରୁ ଏମିତି କିଛି ପ୍ରତିଯୋଗିତାରେ କାମ କରି ସାରିଛି। ମତେ ମଡେଲିଂ, ଡ୍ୟାନ୍ସ , ଗୀତ ଏବଂ ଗୀତ ଗାଇବାକୁ ଭଲ ଲାଗେ । ମୁଁ ସଙ୍ଗୀତ ରେ ସ୍ନାତକ କରିଛି ଓ ଜୁନିଅର ରେଡିଓ ଆଟିଷ୍ଟ । ମୋ ପ୍ରଥମ ଲକ୍ଷ ହେଉଛି ଗୋଟେ ଭଲ ଏବଂ ଭଦ୍ର ମଣିଷ ହେବାକୁ । ମୋ ପାଇଁ ସୁନ୍ଦରତା ହେଉଛି ଗୋଟେ ମଣିଷ ଯିଏ ମନ ଭାବରୁ ସୁନ୍ଦର ଅଟେ । ଗୋଟେ ମଣିଷ ର ଚଳଚ୍ଚିତ୍ର ହି ସୁନ୍ଦରତା କୁ ପ୍ରକାଶ ଦେଇଥାଏ । ଯଦି ଜଣେ ସୁନ୍ଦର ଥିବ ମାତ୍ର ତା ମନଭାବ ଅପରିଷ୍କାର ତାହାଲେ ସେ ସୁନ୍ଦରତା ରେ ଗଣା ହେବ ନାହିଁ। ମୁଁ ସବୁବେଳେ ନିଜ ଉପରେ ବିଶ୍ୱାସ ରଖେ ଆଉ ମୋ ପ୍ରତିଭା ଉପରେ । ମୁଁ ନିଜକୁ ସେତିକି ଯୋଗ୍ୟ କରିଚି ବୋଲି ଆଜି ମୁଁ indias-charming-face-odisha-2019 ରେ ଅଂଶ ଗ୍ରହଣ କରିଛି । ମୋ ପାଇଁ ଏହି ପ୍ରତିଯୋଗିତା ବହୁତ ଗୁରତ୍ୱବହନ କରେ। ଆଶା କରୁଛି କି ମୁଁ ଏହି ପ୍ରତିଯୋଗିତାରେ ବିଜୟ ହୋଇ ମୋ ପରିବାର ଓ ମୋ ଓଡିଶା ର ନାମ ରଖିବି ।
ସବିତା ହାଁସଦା – ମୋ ଜନ୍ମ ମୟୁରଭଞ୍ଜ ଜିଲ୍ଲା ବାରିପଦାରେ । ଏକ ମଧ୍ୟବିତ ପରିବାରୁ ଆସିଛି । ମୋ ପିତା ହେଉଛନ୍ତି ଜଣେ ସରକାରୀ କର୍ମଚାରୀ ଏବଂ ମାତା ଗୃହିଣୀ । ୨୦୧୭ ବର୍ଷ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତର ଡିଗ୍ରୀ ହାସଲ କରିଛି । ରୋଷେଇ କରିବା ଏବଂ ଟ୍ରାଭେଲ କରିବା, ଜିମ ଯିବା ମୋର ଶୌକ । ଭବିଷ୍ୟତରେ ଏକ ଭଲ ଶିକ୍ଷକ ଏବଂ ଫ୍ୟାସନ ବ୍ଲଗର ହେବାର ମୋର ଲକ୍ଷ୍ୟ ରହିଛି । ମୋତେ ସାମାଜିକ କାର୍ଯ୍ୟ କରିବାକୁ ମଧ୍ୟ ଭଲ ଲାଗେ । ମୋ ପାଇଁ ସୁନ୍ଦରତା ହେଉଛି ଆତ୍ମବିଶ୍ୱାସ, ଯୋଉଟା କି ନିଜ ଭିତରୁ ଆସିଥାଏ,ଯେବେ ଯାଏ ମଣିଷ ନିଜ ଉପରେ ଆତ୍ମବିଶ୍ୱାସ ନ ଆଣିପାରିଛି, ସେ କେବେ ବି ଆଗକୁ ବଢ଼ି ପାରିବନି । ମୋ ମତରେ ମତେ କ୍ରାଉନ ପିନ୍ଧାଇବା ଉଚିତ୍ କାରଣ ମୋର ନିଜ ଉପରେ ସେତିକି ବିଶ୍ୱାସ ଅଛି କି ମୁଁ ମୋ ଶତ ପ୍ରତିଶତ ଏଇ ପ୍ରତିଯୋଗିତାରେ ଦେବି ଜ୍ଝ ଯଦି ମୁଁ ଏହି ପ୍ରତିଯୋଗିତାରେ ରେ ଜିତି ଯାଉଛି , ମୋ ପରିବାରଙ୍କୁ ଖୁସି କରାଇବା ସହ ମୁଁ ଓଡିଶାକୁ ମଧ୍ୟ ଆଗାମୀ ପର୍ଯ୍ୟାୟରେ ପ୍ରତିନିଧିତ୍ୱ କରେଇ ପାରିବି ।
ସୁଶ୍ରୀ ସଂଗୀତା – ଏକ ମଧ୍ୟବିତ୍ତ ପରିବାରରୁ ଆସିଚି। ମୋ ବାପା ହଉଛନ୍ତି ଜଣେ ବ୍ୟବସାୟୀ ଆଉ ମାଆ ଶିକ୍ଷୟତ୍ରୀ । ଚଳିତ ବର୍ଷ କଳିଙ୍ଗ ପଲିଟେକନିକ୍ କଲେଜ ରୁ ଡିପ୍ଲୋମା ଶେଷ କରିଛି। ମତେ ଅଭିନୟ କରିବା, ଗୀତ ଗାଇବା ଆଉ ନାଚିବା ବହୁତ ପସନ୍ଦ୍, ଏତଦ ବ୍ୟତୀତ ଖେଳ ଦେଖିବାକୁ ମତେ ବହୁତ ଭଲ ଲାଗେ। ଫଟୋ ଉଠେଇବା ହେଉଚି ମୋ ନିଶା। ମୁଁ ଚାହୁଁଛି ସାରା ଭାରତର ଲୋକ ମତେ ଜାଣନ୍ତୁ କି ଓଡ଼ିଆ ଝିଅ କୋଉଥରେ କମ୍ ନୁହେଁ । ଆଉ ମୋ ରାଜ୍ୟ ଆଉ ଦେଶକୁ ଗୌରବନୀୟ କରିବା ମୋର ଆଶା। ଭବିଷ୍ୟତରେ ଗୋଟେ ଭଲ ମଡେଲ ହେଇ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନଧିତ୍ୱ କରିବା ଆଉ ଅଭିନେତ୍ରୀ ହେବା ମୋର ଲକ୍ଷ୍ୟ।ହୃଦୟ ଆଉ ଚରିତ୍ରର ସୁନ୍ଦରତା କୁ ହିଁ ପ୍ରକୃତ ସୁନ୍ଦର କୁହନ୍ତି। କିଛି ଲୋକ ମାନେ ମତେ ଅସୁନ୍ଦର କୁହନ୍ତି କି ମୁ କଳା ଆଉ ମୁଁ କିଛି କରିପାରିବିନି, ମୁଁ ଚାରମିଙ୍ଗ ଫେସ୍ ଓଡ଼ିଶା ର ଟାଇଟେଲ୍ ଜିତି ସେମାନଙ୍କୁ ଭୁଲ ସାବ୍ୟସ୍ତ କରିବାକୁ ଚାହେଁ ଆଉ ମୋ ମାଙ୍କୁ ସେ ମୁକୁଟ ପିନ୍ଧେଇବାକୁ ଚାହେଁ ଯିଏ ସବୁଥରେ ମତେ ସପୋଟ୍ କରିଛନ୍ତି । ଯଦି ତମ ପାଖେ ଟ୍ୟାଲେଣ୍ଟ୍ ଆଉ କିଛି କରିଦେଖେଇବାର ସାହସ ଅଛି ତାହେଲେ ତମକୁ ଆଗକୁ ବଢ଼ିବାରେ କେହି ବି ରୋକି ପାରିବେନି।
ବିଶମିତା ଚାନ୍ଦ – ମୁଁ ଜିଓ ଲୋଜିରେ ଏମ.ଏସି କରିଛି। ଏବେ ଗୋଟେ ବେସରକାରୀ ସସ୍ଥାରେ କାର୍ଯ୍ୟରତ । ଡ୍ୟାନ୍ସ କରିବା କୁ ମତେ ଭାରି ଭଲ ଲାଗେ। ପିଲାଦିନ ରୁ ହିଁ ମତେ ଭିନ୍ନ ଭିନ୍ନ ପ୍ରକାରର ପିନ୍ଧିବାକୁ ଭଲ ଲାଗେ । ଆଉ କ୍ୟାମେରା ଆଗରେ ପୋଜ ଦବା ପାଇଁ ବହୁତ ଭଲ ଲାଗେ କିନ୍ତୁ ମୁ କେବେ ଭାବି ନଥିଲା ନିଜ ଲକ୍ଷ୍ୟ କୁ ମୁ କେବେ ଫଲୋ କରିବି, ସେତିକି ପ୍ରତ୍ସୋହନ ବି ନଥିଲା ଏଇ ସବୁ କୁ ଗମ୍ଭୀର ନବା ପାଇଁ। ଏବେ ମୁଁ ନିଜ ପ୍ୟାସନକୁ ମଡେଲିଙ୍ଗ ସାହାଯ୍ୟ ରେ ଅନୁକରଣ କରିବା ପାଇଁ ଚେଷ୍ଟା କରୁଛି, ଆଉ ଏଥିରେ ମତେ ବହୁତ ଖୁସି ମିଳୁଛି । ମୋ ଜୀବନ ର ସର୍ବପ୍ରଥମ ଲକ୍ଷ ହେଉଛି ଏମିତି କିଛି କରିବି ଯାହା ପାଇଁ ମୋ ପରିବାର ମୋତେ ନେଇ ଗବ ର୍ ଅନୁଭବ କରିବେ। ଆମେ ଆମ ଆଖି ରେ ଯାହା ଦେଖୁଛନ୍ତି ସେଇଟା ସୁନ୍ଦରତା ନୁହେଁ,ଗୋଟେ ସୁନ୍ଦର ଛବି ବା ସୁନ୍ଦର ବ୍ୟକ୍ତି ଆମ ହୃଦୟ କୁ ଛୁଇଁ ଥାଏ। ରୂପ,ରଙ୍ଗ,ଆକାର ଏଇ ସବୁ ସୁନ୍ଦରତା ର ମାପ କାଠି ନୁହେଁ। ଜଣେ ବ୍ୟକ୍ତି ର ବ୍ୟବହାର ରୁ ଜାଣି ହୁଏ ସେ ବ୍ୟକ୍ତି ର ମନ କେତେ ସୁନ୍ଦର। ମୋର ମୋ ପ୍ରତିଭା ଉପରେ ସେତିକି ବିଶ୍ୱାସ ଅଛି ଯାହା ସାହାର୍ଯ୍ୟ ରେ ମୁଁ ଦର୍ଶକ ଏବଂ ବିଚାରକଙ୍କର ହୃଦୟ କୁ ଛୁଇଁ ପାରିବି। ମୁ ମୋ କଳାକୁ ଦେଖେଇବା ପାଇଁ ମତେ ସୁଯୋଗ ମିଳିଛି ମୁ ମୋର ଶତପ୍ରତିଶତ ଦେବି ଏବଂ ମତେ indias-charming-face-odisha-2019 ରୁ ବହୁତ କିଛି ଶିଖିବା କୁ ମିଳିବ ବୋଲି ମୋର ଆଶା।
ଲକ୍ଷ୍ମୀପ୍ରିୟା ପାତ୍ର – ମୁଁ ଅର୍ଥ ନୀତିରେ ସ୍ନାତକ । ପୂର୍ବରୁ ମୁଁ ଏମିତି କିଛି କାର୍ଯ୍ୟକ୍ରମରେ ଭାଗ ନେଇ ସାରିଛି । ମୁଁ ଏବେ ଗୋଟେ ସଂସ୍ଥାରେ ମଡେଲ ଭାବେ କାମ କରୁଛି । ମୋତେ ଅଭିନୟ କରିବାକୁ ଭଲଲାଗେ । ମୁଁ ଭବିଷ୍ୟତରେ ଗୋଟେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ଭଲ ମଣିଷ ହେବାକୁ ଆଶା ରଖିଛି । ମୋ ମତରେ ସୁନ୍ଦରତା ହେଉଛି ଭଗବାନଙ୍କ ଏକ ଅପୂର୍ବ ଦାନ । ଯାହା ପ୍ରତ୍ୟକ ମଣିଷଙ୍କ ପାଖରେ ରହିଛି । ପ୍ରଥମେ ମୁଁ ମୋ ନିଜକୁ ଧନ୍ୟମନେ କରୁଛି ଏମିତି ଏକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବାରୁ । ମୋ ପାଖରେ ପ୍ରତିଭା ଅଛି ବୋଲି ମୁଁ indias-charming-face-odisha-2019 ରେ ଭାଗ ନେଇଛି । କ୍ରାଉନ ଜିତି ମୁଁ ମୋ ପରିବାର ଓ ରାଜ୍ୟର ନାମ ଗୌରବାନୀତ କରିବି ।