ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଉତ୍ତରପ୍ରଦେଶ ଚୈାରୀ ଚୈାରାଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସି ମାଧ୍ୟମରେ ଏହାର ଶତବାର୍ଷିକ ପାଳନ ଉତ୍ସବର ଶୁଭାରମ୍ଭ କରିବେ । ଏହି ଉତ୍ସବରେ ମୋଦୀ ଏକ ଡାକଟିକେଟ ଉନ୍ମୋଚନ କରିବେ ।
୧୯୨୨ ମସିହା ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପୋଲିସ ଗୁଳିଚାଳନ କରିଥିଲା । ତେଣୁ ଉତ୍ତ୍ୟକ୍ତ ଚୈାରୀ ଚୈାରା ଥାନରେ ନିଆଁ ଲଗାଇ ଦେଇଥିବାରୁ ୨୩ ଜଣ ପୋଲିସଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଅନ୍ୟ ସରକାରୀ କର୍ଚାରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଜାତିର ପିତା ମହାତ୍ମା ଗାନ୍ଧୀ ନିଜର ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
କୃଷକଙ୍କ ପ୍ରତିବାଦରେ ମୋଦି କହିଛନ୍ତି ଦେଶର ପ୍ରଗତିରେ କୃଷକମାନଙ୍କର ଅବଦାନ ରହିଛି । ଗତ ୬ ବର୍ଷ ହେବ କୃଷକ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଯାହାଫଳରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶହୀଦମାନଙ୍କ ସମାଧିସ୍ଥଳୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।