ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତରେ କୋଭିଡ ଟିକାର ଉତ୍ପାଦନ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଏନେଇ ଟିକାର ଦୂଆ ଦର ଘୋଷଣା କରିଛନ୍ତି । ପୂର୍ବରୁ ଗୋଟିଏ ଡୋଜକୁ ୨୧୦ ଟଙ୍କାରେ କିଣୁଥିବା ବେଳେ ବର୍ତ୍ତମାନ ଏହାକୁ ୧୫୭.୫୦ ଟଙ୍କାରେ କିଣିବେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ସମ୍ମିଳନୀରେ କେନ୍ଦ୍ର ନସରକାର କୋଭିଡ ଟିକାର ମୂଲ୍ୟ ସଂଶୋଧନ କରିଥିବା ସୂଚନା ଦେଇଥିଲେ ।
ରାଜେନ୍ଦ୍ର ଭୂଷଣ କହିଛନ୍ତି ଆଗକୁ ଏହି ଟିକାର ଦାମ ଦେଶରେ ୨୦୦ ଟଙ୍କାରୁ କମ୍ ହେବ । ଦେଶରେ କୈାଣସି ରାଜ୍ୟରେ ବି ଟିକା ଅଭାବ ରହିବ ନାହିଁ । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଏହି ପର୍ଯ୍ୟାୟରେ ଟିକା ନେଉଛନ୍ତି ।
ଏବେ ଲୋକଙ୍କୁ କୋଭିଡ୍ ଟିକା ପାଇଁ ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ପଡ଼ୁଛି। ସରକାର ଶସ୍ତାରେ ଟିକା କିଣିବା ପରେ ଟିକା ମୂଲ୍ୟ ହ୍ରାସ ପାଇବ ଏବଂ ଏହାର ଦାମ ୨୦୦ ଟଙ୍କା ଭିତରେ ସୀମିତ ରହିବ ବୋଲି ଜଣାପଡ଼ିଛି।