ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିଲ୍ଲୀ ର ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦା ଓ ନିର୍ବାଚନ କମିଶନର ରାଜୀବ କୁମାର ହେଲେ କରୋନା ପଜିଟିଭ । ଦୁଇ ବରିଷ୍ଠ ଅଧିକାରୀ କରୋନାର ଶିକାର ହେବା ପରେ ଏକ ଭୟର ବାତାବରଣ ଖେଳିଯାଇଛି । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନେ ଏବେ ହୋମ କ୍ୱାରେଣ୍ଟାଇନରେ ରହି ଭର୍ଚୁଆଲ ମାଧ୍ୟମରେ ନିଜର କାମ ଜାରି ରଖିବେ ।
କିଛି ଦିନ ପୂର୍ବରୁ ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରାଙ୍କ ପଦଚ ଛାଡିବା ପରେ ସୁଶୀଲ ଚନ୍ଦ୍ରା ଏହି ପଦା ଦାୟିତ୍ୱ ନେଇଥିଲେ ।୨୦୧୯ ଫେବ୍ରୁଆରୀ ୧୪ ତାରେିଖରେ ଲୋକସଭା ନିର୍ବାଚନ ବେଳେ ସୁଶୀଳ ଚନ୍ଦ୍ରା ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଥିଲେ ।ଆସନ୍ତା ବର୍ଷ ମେ ୧୪ ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ ।
ଗତ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୫୯ ହଜାର ୧୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୦୦ ଟପିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନୂଆ ଆକ୍ରାନ୍ତକ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୧ ହଜାର ୦୮୯ ରେ ପହଞ୍ଚିଛି ।