ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱର ଖାରବଳ ଭବନ ଠାରେ ଭିଡିଓ କନଫରରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପ ଉଦଘାଟନ କରିବା ସହ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି । ୧୧ଟି ଜିଲ୍ଲାରେ ୧୦ଟି ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା ହେବ । ଏହା ପାଇଁ ପାଖା ପାଖି ୮ ହଜାର ୯୩୯ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ । ଏହି ପ୍ରକଳ୍ପରେ ମାନଙ୍କରେ ୧୨ ହଜାର ୧୪୨ ଜଣ କର୍ମ ନିଯୁକ୍ତି ପାଇବେ । ଅନ୍ୟପକ୍ଷେ ୨୦୨୦ ମସିହା ନଭେମ୍ବର ୩୦ ରୁ ଆରମ୍ଭ ହେବ ମେକ ଇନ ଓଡିଶାର ତୃତୀୟ ସଂସ୍କରରଣ । ଆଜି ଖାରବଳ ଭବନରେ ଓଡିଶା ଚଳଚ୍ଚିତ୍ର ନିଗମ ସ୍ୱତନ୍ତ୍ର ୱେବସାଇଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ବିଭିନ୍ନ ବଲିଉଡ ଚଳଚ୍ଚିତ୍ରର ସୁଟିଂ ହେବ । ଖାଲି ସେତିକି ନୁହେଁ ରାଜଗାଂଗପୁର ଓସିଏଲ ସିମେଟ କାରଖାନାର ସଂପ୍ରସାରଣ କରାଯିବ । ଏଥିପାଇଁ ପାଖାପାଖି ୧୯ଶହ ୯୫ କୋଟି ଖର୍ଚ୍ଚ ହେବ ଓ ୩୬୫ଜଣଙ୍କୁ ନିଯୁକ୍ତି ମିଳିବ । ଏହାସହ ୨୨ଟି ଶିଳ୍ପାୟନରେ ୬ହଜାର ୧୦୦ କୋଟି ଟଙ୍କା ନିବେଶ ହେବ ।