କଟକ(ଏଟିଆର ବ୍ୟୁରୋ): କଟକ ନରାଜସ୍ଥିତ ଶ୍ରୀଶ୍ରୀ ମହାବିଦ୍ୟାଳୟରେ ପ୍ରତିଷ୍ଠା ହେବାକୁ ଯାଉଛି ଆୟୁର୍ବେଦିକ ହସ୍ପିଟାଲ । ଆଜି ଏହାର ଭୂମି ପୂଜା ସରିଛି । ଏହି ମହାବିଦ୍ୟାଳୟରେ ୧୦୦ଏକର ଜାଗାରେ ଆୟୁର୍ବେଦି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହି ଆୟୂର୍ବେଦିକ ହସ୍ପିଟାଲ ୨୦୨୧ ମସିହା ଭିତରେ କାର୍ଯ୍ୟକ୍ଷମ ହେବାର ସୂଚନା ରହିଛି । ଶ୍ରୀଶ୍ରୀ ମାହାବିଦ୍ୟାଳୟରେ ହେବାକୁ ଯାଉ ଥିବା ଏହି ହସ୍ପିଟାଲରେ ୩୦୦ଟି ଶଯ୍ୟା ବିଶିଷ୍ଟ ଏକ ଆୟୁର୍ବେଦ ବିଜ୍ଞାନ ମହାବିଦ୍ୟାଳୟ ଓ ଅନୁସନ୍ଧାନ ଚିକିତ୍ସାଳୟ ପ୍ରତିଷ୍ଠା କରାଯିବ ।
ଆଜି ଏହି ଆୟୁର୍ବେଦିକ ହସ୍ପିଟାଲ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀଶ୍ରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର, ସ୍ୱସ୍ଥ୍ୟ ମନ୍ତ୍ରୀ ନବକିରଶୋର ଦାସ, କଟକ ସଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ । ଏହି ହସ୍ପିଟାଲରେ ସ୍ୱତନ୍ତ୍ର ଓପିଡି, ଚର୍ମ ଚିକିତ୍ସା, ନାଡି ପରିକ୍ଷା ସମେତ ୧୦୦ରୁ ଅଧିକ ପ୍ରକାରର ଆୟୁର୍ବେଦ ଚିକିତ୍ସା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁଚନା ରହିଛି ।