ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ନେଇଛନ୍ତି ।ବିଧାନସଭା ପରିସରରେ ଚିକିତ୍ସାଳୟରେ ଟିକା ନେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟିକା ନେବା ପରେ ଡାକ୍ତର ଓ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଟିକାକରଣ ପାଇଁ ଭୁବନେଶ୍ୱରରେ ୧୨ ଟି ଟିକା କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭାକ୍ସିନ ଟିକା ନେବା ସହ ଦେଶରୁ କରୋନା ମୁ୍କ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳିବାକୁ ଥିବା ବେଳେ ପ୍ରାଇଭେଟ ହସ୍ପିଟାଲରେ ପ୍ରତି ଡୋଜକୁ ଦେବାକୁ ପଡ଼ିବ ୨୫୦ ଟଙ୍କା । ଯିଏ ଟିକା ନେବ, ସେ COWIN ପୋର୍ଟାଲରେ ପଂଜୀକରଣ କରିବେ । ଯିଏ ପଂଜୀକରଣ କରିନଥିବ, ଅନ୍ ସାଇଟ୍ ପଂଜୀକରଣ କରି ଟିକା ନେଇପାରିବେ ।