କୋଟିଆ(ଏଯିଆର ବ୍ୟୁରୋ):ରାଜ୍ୟ ସରକାର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ନେଉଛନ୍ତି । ଚଳିତ ମାସ ୧୩ ରୁ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର ଫାଟୁସିନେରି ଓ ଫଗୁଣିସିନେରିରେ ପଞ୍ଚାୟତ ନିର୍ବାଚନ କରିବେ ଆନ୍ଧ୍ର ସରକାର । ଓଡିଶା ସରକାର କୋଟିଆ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ମଧ୍ୟ ଏହା ସେମାନଙ୍କୁ ଆକୃଷ୍ଠ କରି ପାରୁ ନାହିଁ ।
ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ଲୋକମାନଙ୍କ ସହ ଆଲୋଚନା କରିବା ସହ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ , ସବ ସେଣ୍ଟର , ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରାଯିବ ।
କୋଟିଆ ପୁଞ୍ଜରେ ୩ ଟି ଗାଁରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଓଡିଶା ସରକାର କୋଟିଆର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରୁଛି । ଓଡିଶା ପକ୍ଷରୁ କୋଟିଆ ପାଇଁ ଗୋଟେ ପଞ୍ଚାୟତ କରାଯାଇଥିବା ବେଳେ ଆନ୍ଧ୍ର ପାଇଁ ୩ ଟି ପଞ୍ଚାୟତରେ ବିଭକ୍ତ କରାଯାଇଛି ।