ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁରୀକୁ ବିଶ୍ୱ ଐତିହ ସ୍ଥଳିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ପଦକ୍ଷପମାନ ଗ୍ରହଣ କରାଯାଉଛି । ମନ୍ଦିର ଚତୁପାଶ୍ୱର୍କୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ମନ୍ଦିରର ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟ ଦେଖା ଦେଇଥିଲା ମାତ୍ର ଏବେ ଏହି ଉଚ୍ଛେଦ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ତେବେ ଏହିଭଳି ଏକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି । ଏନେଇ ସେ ଏକ କ୍ଷୁଦ୍ର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
ଏହି ଭିଡିଓର ଶୀର୍ଷକ ରହିଛି ‘ପୁରୀ – ଓଡିଶାର ଆତ୍ମା’ । ପୁରୀକୁ ବିଶ୍ୱ ଐତିହ ସ୍ଥଳିରେ ପରିଣତ କରିବା ପାଇଁ କିପରି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ତାହା ଉପରେ ଏହି ଭିଡିଓଟି ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ଭିତ୍ତି ଭୂମି ପ୍ରସ୍ତୁତ ହୋଇ ସାରିବା ପରେ ପୁରୀ କିଭଳି ଦେଖା ଯିବ ଓ ପର୍ଯ୍ୟଟକଙ୍କୁ କଣ ସବୁ ଆର୍କଷଣ କରିବ ତାହା ଦର୍ଶାଯାଇଛି । ଏହି ଭିଡିଓ ସହ ‘ଆସନ୍ତୁ , ପୁରୀକୁ ବିଶ୍ୱ ଐତିହ ସହରରେ ପରିଣତ କରିବା ପାଇଁ ଏକ ହୋଇ ଆଗକୁ ବଢିବା’ ବୋଲି ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । ଏହି ଭିଡିଓରେ ଆପଣ ଯାତ୍ରୀ ବିଶ୍ରାମ ସ୍ଥଳି , ଉଚ୍ଚକୋଟିର ପାଠାଗାର, ଖୋଲା ଥିଏଟର, ପ୍ରାକୃତିକ ଶୋଭାରାଜି ସାଙ୍ଗକୁ ସୁଦୃଶ୍ୟ ଆଲୋକମାଳା ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି । ସେହିଭଳି ମାଳତୀ ପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରୁଥିବା ସେତୁ ,ଜଗନ୍ନାଥ ବଲ୍ଲଭ ମଠକୁ ବିଶ୍ୱସ୍ତରୀୟ କରିବା ଓ ମଠରେ ବହୁ ତଳ ପାର୍କିଂ ସୁବିଧା ସହ ମାର୍କେଟ କମ୍ପେ୍ଳକ୍ସ ଆଦି ଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ଆସନ୍ତୁ, ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଏକ ହୋଇ ଆଗକୁ ବଢିବା।
Come, join our vision and continued efforts to transform Puri into a #WorldHeritageCity. pic.twitter.com/fSDD21Wfrf— CMO Odisha (@CMO_Odisha) December 2, 2019