ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଏଲଏସିରେ ଭାରତ ଚାଇନା ମଧ୍ୟରେ ଲାଗିରହିଥିବା ଉତ୍ତୋଜନରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଉଭୟ ଦେଶ ମଧ୍ୟରେ ହୋଇଥବା ବୁଝାମଣା ପରେ ଚୀନ ପଛକୁ ହଟିଛି । ପାଙ୍ଗୋଙ୍ଗ ନଦୀ କୂଳରେ ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ପଛକୁ ହଟିଛନ୍ତି ଉଭୟ ଦେଶର ଯବାନମାନେ ।
୨ ଦିନ ମଧ୍ୟରେ ୨୦୦ ରୁ ଅଧିକ ଟ୍ୟାଙ୍କ ସୀମାରୁ ହଟାଇ ଦେଇଛି । ଅନୁମାନ କରାଯାଉଛି ଆସନ୍ତା ୧୫ ଦିନ ମଧ୍ୟରେ ଚାଇନା ପୋଙ୍ଗଙ୍ଗ ଲେକ ଅଞ୍ଚଳରୁ ସମ୍ପୁର୍ଣ୍ଣ ଭାବେ ଖାଲିକରିପାରେ । କ୍ଷିପ୍ର ଗତିରେ ଚୀନ ତା’ର ଯୁଦ୍ଧ ଟ୍ୟାଙ୍କ ଏବଂ ସୈନିକମାନଙ୍କୁ ପଛକୁ ହଟାଉଥିବା ଦେଖି ରାଷ୍ଟ୍ରୀୟ ସୁରକ୍ଷା ଯୋଜନକାରମାନେ ଚକିତ ହୋଇଯାଇଛନ୍ତି।
ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ରେଜାଙ୍ଗ ଲା ଓ ରେଚେନ ଲାକୁ ଭାରତୀୟ ସେନା ଅଗଷ୍ଟରେ କବଜା କରିଥିଲା। ଏବେ ବୁଝାମଣା ଅନୁଯାୟୀ ଭାରତୀୟ ସେନା ଏହି ସ୍ଥାନରୁ ମଧ୍ୟ ସେନା ପ୍ରତ୍ୟାହାର କରିବେ।
ଭାରତୀୟ ସେନା ଏକ ଭିଡିଓ ଜାରି କରିଛି। ଦେଖିବାକୁ ମିଳିଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମୀ ୩ଟି ଟ୍ୟାଙ୍କକୁ ପଛକୁ ହଟିଛି ।