ପାଟନା(ଏଟିଆର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନଙ୍କୁ ଆଜି ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ଏହା ପୁର୍ବରୁ ଚିରାଗଙ୍କ ପିତା ଏଲଜେପି ଦଳର ଅଧ୍ୟକ୍ଷ ଥିଲେ । ୨୦୧୪ ମସିହା ଲୋକସଭା ନିର୍ବାଚନ ପୂର୍ବରୁ ଚିରାଗଙ୍କ ପିତା ରାମବିଳାସ ପାସୱାନ ତାଙ୍କୁ ଲୋକ ଜନଶକ୍ତି ସଂସଦୀୟ ବୋର୍ଡର ସଭାପତି ଦାୟିତ୍ୱ ଦେଇଥିଲେ । ତେବେ ଏହାର ପାଞ୍ଚ ବର୍ଷ ପରେ ଚିରାଗଙ୍କୁ ଦଳର ସଭାପତି ପଦ ଦିଆଯାଇଛି ।ଫିଲ୍ମ ଦୁନିଆକୁ ୨୦୧୩ ମସିହାରେ ଛାଡିବା ପରେ ସେ ରାଜନୀତିକୁ ଓହ୍ଳାଇ ଥିଲେ । ଚିରାଗ ୨୦୧୯ ଲୋକସଭା ନିର୍ବାଚନରେ ବିହାରର ଜମୁଈ ଆସନରେ ଜିତି ୨ୟ ଥର ପାଇଁ ସଂସଦ ଭବନରେ ପହଁଚିଥିଲେ ।
लोजपा राष्ट्रीय कार्यकारिणी के सभी सदस्यों ने इस प्रस्ताव का समर्थन किया और सर्वसम्मति से चिराग पासवान को लोजपा का राष्ट्रीय अध्यक्ष चुन लिया गया। 2/4 @ichiragpaswan@OfficeofLJP pic.twitter.com/iUX2S5k5K0
— Ram Vilas Paswan (@irvpaswan) November 5, 2019
ଦୀର୍ଘ ଦିନ ହେବ ରାମବିଲାସ ପାସୱାନ ଦଳର ସଭାପତି ରହି ମଧ୍ୟ ଚିରାଗ ଦଳର ସବୁ କିଛି ନିଷ୍ପତି ନେଉଥିଲେ । ଏଥିରୁ ବିଭିନ୍ନ ମହଲରେ ଅନୁମାନ କରାଯାଉଥିଲା ଯେ ଆଗକୁ ଚିରାଗ ହିଁ ଦଳର ସଭାପତି ହେବେ ବୋଲି । ଚିରାଗଙ୍କ ସଭାପତି ପଦକୁ ନେଇ ରାମବିଲାସ ପୂର୍ବରୁ ଦିଲ୍ଲୀ ସୂଚନା ଦେଇଥିଲେ । ରାମବିଲାସ କହିଥିଲେ ଯେ ଆସନ୍ତା ପିଢିକୁ ତାଙ୍କର ଦାୟିତ୍ୱ ଗ୍ରହଣ କରିବା ଉଚିତ । ବର୍ତ୍ତମାନ ହେଉଛି ଯୁବ ପିଢି ମାନଙ୍କ ସମୟ । ଯୁଗ ସହିତ ତାଳ ଦେଇ ଯୁବ ପିଢି ମାନେ ଚାଲିବା ଦରକାର । ତେବେ ଆଜି ଦଳର ବହୁ ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରି ରାମବିଲାସ ଏହି ପଦକ୍ଷପ ନେଇଛନ୍ତି ।