ପୁରୀ(ଏଟିଆର ବ୍ୟୁରୋ): ପୁରୀ ରଥଯାତ୍ରା ପାଇଁ ୭ ଜଣ ଡାହୁକ ପହଞ୍ଚିଛନ୍ତି । ସେମାନେ ରଥଖଳାରେ ଯାଇ ଅଛନ୍ତି । ଆସନ୍ତା କାଲି ରଥଯାତ୍ରାଥିବାରୁ ରଥକୁ ଖଳାରୁ ରଥ ଅଣାଯାଇ ସିଂହଦ୍ୱାରା ସାମ୍ନାକୁ ଅଣାଯିବ । ଅନ୍ୟପଟେ ବଡ ଦାଣ୍ଡରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଯେଉଁ ଉଠା ଦୋକାନୀମାନେ ଦୋକାନ ଉଠାଇ ନାହାନ୍ତି ସେମାନଙ୍କ ଅପରାହ୍ନଟ ୪ଟା ସୁଦ୍ଧା ଦୋକାନ ଉଠାଇବା ପାଇଁ ପୁରୀ ପୌର ସସ୍ଥା ପକ୍ଷରୁ କୁହାଯାଇଛି । ବଡଦାଣ୍ଡର ଦୁଇ ପାଖ ଖାଲି କରିବାକୁ ପୁରୀ ଜିଲ୍ଲା ପ୍ରଶାସନର କଡା ନିର୍ଦ୍ଦେଶ ଦିଆଯାଇଛି । ଡାକବାଜି ଯନ୍ତ୍ର ଜରିଆରେ ଠେଲାଗାଡି, କ୍ୟାବିନ୍ ଓ ଉଠାଦୋକାନୀଙ୍କୁ ହଟିବାକୁ ଘୋଷଣା କରାଯାଉଛି ।
ସେପଟେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ଏ ବୋବେଡଙ୍କ ଦିଆଯାଇଛି । ନେତୃତ୍ୱାଧିନ ୩ ଜଣିଆ ଖଣ୍ଡପୀଠ ଆଜି ରଥଯାତ୍ରା ଉପରେ ଶୁଣାଣୀ କରୁଛନ୍ତି । ଜଷ୍ଟିସ ବୋପାନ୍ନା ଓ ଜଷ୍ଟିସ ମାହେଶ୍ୱରୀ ଖଣ୍ଡପୀଠରେ ସାମିଲ ଅଛନ୍ତି । ନଗପୁରରୁ ଭିଡିଓ କନଫେନ୍ସିଂ ଦ୍ୱାରା ଜଷ୍ଟିସ ଏସ୍ ଏ ବୋବେଡ ଶୁଣାଣୀ କରୁଛନ୍ତି । ଅପରାହ୍ନ ୨ଟା ୩୦ ମିନିଟରେ ଶୁଣାଣୀ ଆରମ୍ଭ କରାଯିବ । ଅନ୍ୟପଟେ ଓଡିଶା ବିକାଷ ପରିଷଦର ମୁଖ୍ୟ ସୁଶାନ୍ତ ପାଢୀଙ୍କ ଘର ଉପରକୁ ଅଣ୍ଡା ମାଡ କରିଛନ୍ତି । ଏହା ସହ ତାଙ୍କ ଘରଉପରକୁ ଟେକା ପଥର ମାଡ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁଶାନ୍ତ ପାଢୀ ରଥଯାତ୍ରା ବନ୍ଦ କରିବା ପାଇଁ ଆବେଦନ କରିଥିଲେ ।