ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶାରେ ହଠାତ ପାଗର ପରିବର୍ତ୍ତନ ହୋଇଛି । ରାଜ୍ୟର କିଛି କିଛି ଜିଲ୍ଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି । ଏବଂ ରାଜଧାନୀରେ କିଛି କିଛି ସ୍ଥାନରେ ଝିପ ଝିପ ବର୍ଷା ହୋଇଥିବାର ସୂଚନା ମିଳିଛି ।
ରାଜ୍ୟର ୯ ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେଗୁଡିକ ହେଲା ମାଲକାନଗିରି , କୋରାପୁଟ , ରାୟଗଡା , ଗଜପତି , କଳାହାଣ୍ଡି , କନ୍ଧମାଳ , କେନ୍ଦଚଝର , ଓ ମୟୁରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୨ ଦିନ ପରେ ପାଗ ସ୍ୱାଭାବିକ ହୋଇଯିବ ବୋଲି ସୂଚନା ରହିଛି । ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।