ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ସରକାର ଚାଷୀଙ୍କ ନିମନ୍ତେ ଘୋଷଣା କରିଥିବା କାଳିଆ ଯୋଜନାରେ ଆଜି ଦ୍ୱିତୀୟ ଯର୍ଯ୍ୟାୟରେ ଟଙ୍କା ମିଳିବ । ଦ୍ୱିତୀୟ ପର୍ୟ୍ୟାୟରେ ପ୍ରାୟ ୧୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ମିଳିବ । ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ ଟଙ୍କା । ପ୍ରଥମ ପର୍ୟ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ମିଳିଥିଲା କାଳିଆ ଟଙ୍କା । ପ୍ରଥମ ପର୍ୟ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ମିଳିଥିଲା କାଳିଆ ଟଙ୍କା । ସେହିପରି ଗତ ୧୫ତାରିଖ ଦିନ କେନ୍ଦ୍ରାପଡା ଚାଷୀ ମହାସମାବେଶରେ ୩ ଲକ୍ଷ ୫୦ହଜାର ଭୂମିହୀନ ଚାଷୀଙ୍କୁ ଟଙ୍କା ମିଳିସାରିଛି ।
ବରଗଡ ସୋହଲାଠାରେ ଏକ ଚାଷୀ ସମ୍ମିଳନୀ କରି ହିତାଧିକାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ମଧ୍ୟ ଟଙ୍କା ମିଳିବ । ଏଣୁ ସେହଲାଠାରେ ଆୟୋଜିତ ହୋଇଥିବା ବିଶାଳ ଚାଷୀ ସମାବେଶରେ ହଜାର ହଜାର ଚାଷୀଙ୍କ ସମାଗମ ହୋଇଛି । ତେବେ ଆଜି ରାଜ୍ୟରେ ଚାଷୀମାନେ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ବରଗଡରେ ଚାଷୀ ସମାବେଶ ଆୟୋଜନ କରିଥିବାରୁ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ଯୋଗ୍ୟ, କାଳିଆ ଯୋଜନା ହେଉଛି ଚାଷୀଙ୍କ ପାଇଁ । ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଚାଷୀ ଏବଂ ନାମମାତ୍ର ଚାଷୀମାନେ ସରକାରଙ୍କ ଠାରୁ ସହାୟତା ରାଶି ପାଇବେ । ମାତ୍ର ଟଙ୍କା ବିନା ସୁଧରେ ଏହି ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ବରଗଡ ଗସ୍ତରେ ଯାଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କରିବେ । ନିର୍ବାଚନ ପାଖେଇ ଆସୁଥିବାରୁ ବରଗଡ ଗସ୍ତରେ ଯାଇଥିବାରୁ ସ୍ଥାନୀୟ କର୍ମୀମାନେ ବେଶ ଖୁସି ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।