ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ସ୍ଥାନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଚାଲିଛି । ଏବେ ଓଡିଶାର କେତେକ ସ୍ଥାନରେ ପ୍ଲାଷ୍ଟିକ ଉପରେ ରୋକ ଲଗାଇବା ପାଇଁ ବଡ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । ଆସନ୍ତା ଗାନ୍ଧୀ ଜୟନ୍ତୀ ତଥା ଅକ୍ଟୋବର ୨ରୁ ଏହି ପ୍ରିକ୍ରିୟା କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ଛଅଟି ସହରରେ ପ୍ଲାଷ୍ଟିକ ମୁକ୍ତ କରାଯିବ । ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ସମସ୍ତ ସହରର ଲାଗୁ କରାଯିବ । ଆଗାମୀ ୨ ବର୍ଷ ମଧ୍ୟରେ ପୂରା ରାଜ୍ୟ ପ୍ଲାଷ୍ଟିକ ମୁକ୍ତ ହେବ ବୋଲି ଏନେଇ ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Polluting plastic are a hazard for our environment & future. Resolved to ban its use from Gandhi Jayanti on 2 October 2018 in all Municipal Corporations of #Odisha & Puri. We must strive together to make Odisha a polluting plastic-free state in two years #PlasticFreeOdisha pic.twitter.com/8XFPcbYIv9
— Naveen Patnaik (@Naveen_Odisha) July 11, 2018
ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପାଂଚଟି ମହାନଗର ନିଗମ ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର, ବ୍ରହ୍ମପୁର । ଏବଂ ଅନ୍ୟ ଏକ ସହର ପୁରୀ । ଏହିସବୁ ସହରରେ ପ୍ରଥମେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ । ପ୍ଲାଷ୍ଟିକ ଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।