ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିପ୍ଳବୀ କବି ରବି ସିଂଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କବି ରବି ସିଂଙ୍କୁ ପ୍ରକୃତ ଦେଶ ପ୍ରେମୀ ଓ କୃତ୍ତି ସାହିତ୍ୟର ସ୍ରଷ୍ଟା ବୋଲି କହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରବି ସିଂଙ୍କ ଶୋକସନ୍ତପ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ତାଙ୍କ ଶେଷ କୃତ୍ୟ ରାଷ୍ଟ୍ରିୟ ମର୍ଯ୍ୟାଦା ସହିତ କରାଯିବ ବୋଲି ଘୋଷଣା କରିଛନ୍ତି ।
ସ୍ୱର୍ଗତ ରବି ସିଂଙ୍କ କ୍ରାନ୍ତିକାରୀ ରଚନା ଓଡିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ସହିତ ତାଙ୍କୁ ଚିର ସ୍ମରଣୀୟ କରି ରଖିବ ଓ ରବି ସିଂଙ୍କ ମୃତ୍ୟୁରେ ଓଡିଆ ସାହିତ୍ୟ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବ ବୋଲି ଲେଖି ମାନ୍ୟମର ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତିି ।
ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ
ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।— Naveen Patnaik (@Naveen_Odisha) February 2, 2020