ବଲାଙ୍ଗୀର (ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତ କରି ଭୁବନେଶ୍ୱର କିସ ଜନଜାତି ଆବାସିକ ବିଦ୍ୟାଳୟକର ବଲାଙ୍ଗୀର ଶାଖା ମୋତିଲାଲ ଓସ୍ୱାଲ- କିସ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି । ଏହି ଆବାସିକ ବିଦ୍ୟାଳୟ ହେବା ଫଳରେ ଜନଜାତି ପିଲାମାନେ ଆଉ ଭୁବନେଶ୍ୱର ନଆସି ଏଠାରେ ହିଁ ପାଠ ପଢିପାରିବେ ।ଆଜି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ବଲାଙ୍ଗୀରେ ପହଞ୍ଚିବା ପରେ ଏହି ବିଦ୍ୟାଳୟର ଉଦଘାଟନ କରିଥିଲେ ।
ମୋତିଲାଲ ଓସ୍ୱାଲ ଗୃପର ଆର୍ଥିକ ସହାୟତା ଏବଂ କିସର ସହଭାଗିତାରେ କିସ ଜମିରେ ନିର୍ମିତ ହୋଇଥିବା ଏହି ଆବାସିକ ବିଦ୍ୟାଳୟ ନିଶୁଳ୍କ ଭାବେ ପରିଚାଳିତ ହେବ । ଏହି ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୧୫୦୦ ଗରିବ ଜନଜାତିର ଛାତ୍ରଛାତ୍ରୀ ପିଲା ପାଠ ପଢିପାରିବେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ମୋତିଲାଲ ଓସ୍ୱାଲ, ଫାଉଣ୍ଡେସନ ଚେୟାରମ୍ୟାନ୍ ସୁନୀତା ଅଗ୍ରୱାଲ, ମୋତିଲାଲ ଓସ୍ୱାଲ ଗୃପର ମ୍ୟାନେଜିଂ ଡାଇରେକ୍ଟର ମୋତିଲାଲ ଓସ୍ୱାଲ, ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏବଂ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରମୁଖ ଯୋଗ ଦେଇଛନ୍ତି।