ଦେବଗଡ (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଦେବଗଡର ଜିଲ୍ଲାର ୨ ଲକ୍ଷ ୭୦ ହଜାର ପରିବାର ଉପକୃତ ହେବେ । ଏହାସହିତ ମୁଖ୍ୟମନ୍ତ୍ରୀ ୭୦୭ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରାସ୍ତାଘାଟ ର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟସରକାର ।
ସେ ଆହୁରି ମଧ୍ୟ କହିଛନ୍ତି କି ଏହି ସ୍ମାର୍ଟ କାର୍ଡ ହିଁ ଚିକିତ୍ସା ପାଇଁ ସବୁଠାରୁ ବଡ ସାଥୀ । ଚିିକତ୍ସା ପାଇଁ ଅନ୍ୟ କୌଣସି କାଗଜପତ୍ରର ଆବଶ୍ୟକତା ନାହିଁ ।