କଟକ(ଏଟିଆର ବ୍ୟୁରୋ):ଖାନଗରଠାରେ ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ନେତାଜୀଙ୍କ ନାମରେ ହୋଇଥିବା ଏହି ବସ ଟର୍ମିନାଲର କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ବସ ଟର୍ମିନାଲରେ ୬୫୪ କୋଟି ଟଙ୍କା ଖର୍ଚ୍ଚ ହେବ ।ପୁରୁଣା ବସ ଷ୍ଟାଣ୍ଡରେ ଥିବା ଅନୁଗୁଳ, ଭୁବନେଶ୍ୱର, ପୁରୀ ଷ୍ଟାଣ୍ଡରୁ ମଧ୍ୟ ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି ।
ଭୁବନେଶ୍ବରରୁ ହେଲିକାପ୍ଟରେ ଯୋଗେ କଟକ ଉପର ବାଲିଯାତ୍ରା ପଡିଆରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରୁ ସିଧାସଳଖ କଟକ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ପତାକା ଉତ୍ତୋଳନ ମଧ୍ୟ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କୈଣସି ସାଧାରଣ ବ୍ୟକ୍ତି କିମ୍ବା ନେତାମନ୍ତ୍ରୀଙ୍କୁ ନେତାଜୀ ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା ।