ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀ କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବାତ୍ୟା ପରିସ୍ଥିତି ଏବଂ କରୋନା ମୁକାବିଲା ନେଇ ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । କରୋନା କାଳରେ ବାତ୍ୟା ଆସୁଥିବାରୁ ଏଭଳି ସ୍ଥିତିରେ ଲୋକଙ୍କୁ ସତର୍କ କରାଇ ପାରନ୍ତି ମୁଖ୍ୟମନ୍ତ୍ରୀ ।
ନିକଟରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀ ବୈଠକ ଡକାଇ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ବୈଠକରେ ଗୁରୁତ୍ୱ ଦେଇଥିଲେ ।
ପ୍ରତ୍ୟେକ ବର୍ଷ ଓଡିଶା ବାତ୍ୟାର ସମ୍ମୁଖୀନ ହେଉଥିବା ବେଳେ ଗତବର୍ଷ କରୋନା କାଳରେ ମଧ୍ୟରେ ବାତ୍ୟାର ସମ୍ମୁଖୀନ କରିଥିଲା ଓଡିଶା । ଯାହାର ସଫଳ ମୁକିଲା କରିଥିଲେ ଓଡିଶା ସରକାର । ଏବର୍ଷ ମଧ୍ୟ କରୋନା କାଳରେ ବାତ୍ୟା ହେବାକୁ ଥିବା ବେଳେ କରୋନା ସଂକ୍ରମଣ ଅଧିକ ବଢିବାର ଆଶଙ୍କା ରହିଛି ।