ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ରାଜ୍ୟ ସରକାରଙ୍କ କାଳିଆ ଯୋଜନାର କିସ୍ତି ଚାଷୀଙ୍କୁ ମିଳିବାକୁ ଯାଉଛି । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ମାଧ୍ୟମରେ ମିଳିବ କାଳିଆ ଟଙ୍କା । ଏ ନେଇ ଆଜି ଅପରାହ୍ନ ୫ ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ତୃତୀୟ କିସ୍ତି ବାବଦରେ ଚାଷୀମାନଙ୍କୁ ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ ।
ରାଜ୍ୟରେ ୫୩ ଲକ୍ଷରୁ ଅଧିକ ଚାଷୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଚାଷୀ ଅଯୋଗ୍ୟ ଅଛନ୍ତି ବୋଲି ଅଭିଯୋଗ ରହିଥିଲା । ଏହାକୁ ଯାଞ୍ଚ କରିବା ପରେ ପ୍ରାୟ ୪୯ ହଜାର ଚାଷୀ ବାଦ୍ ପଡିଛନ୍ତି ।
ସେହିପରି ପିଏମ୍ କିଷାନ ଯୋଜନାରେ ସବୁ ବର୍ଗର ଚାଷୀ ସାମିଲ ରହିଥିବା ବେଳେ କାଳିଆ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ସାମିଲ ହୋଇଛନ୍ତି ।