ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ତିନିଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ବେଙ୍ଗାଲୁରୁରେ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ସେଠାରେ ସେ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ।
ମୁଖ୍ୟମତଃ ଆଇଟି କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେଥିପାଇଁ ବେଙ୍ଗାଲୁରୁରେ ହେବାକୁ ଥିବା ଏହି ସମ୍ମିଳନୀକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ନବୀନ ପଟ୍ଟନାୟକଙ୍କ ପୂର୍ବରୁ ଶିଳ୍ପମନ୍ତ୍ରୀ ଓ ଉଚ୍ଚସ୍ତରୀୟ କମିଟି ବେଙ୍ଗାଲୁରୁ ଗସ୍ତ କରିଛନ୍ତି ।