ନୂଆପଡା(ଏଟିଆର ବ୍ୟୁରୋ):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତରେ ଯାଇ ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସବୁଠାରୁ ଅଧ୍କ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଏହି ଜଳ ସେଚନ ସମେତ ୨୩ ଶହ ୩୭ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ୨୦୨୦ ମେ ୭ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ଏନେଇ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ ।
୨ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ ହେବ ।ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ୱାରା ନୂଆପଡା ଜିଳ୍ଲାରେ ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ୬୭୦ ହେକ୍ଟର ଜମି ଜଳସେଚିତ ହେବ । ଯାହାକି ପଶ୍ଚିମ ଓଡିଶା ଚାଷୀଙ୍କ ପାଇଁ ବେଶ ଲାଭଦାୟକ ହେବ ।
ମୁଖ୍ୟମନ୍ତ୍ରୀ ସେଠରେ ପଇବା ପାଣି , ବିଭିନ୍ନ ରାସ୍ତାର ଉନ୍ନତିକରଣ,ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ,ଛତିଶଗଡ କୁଲୁକୁ ସଂଯୋଗ କରୁଥିବା ବିଜୁ ସେତୁ ଯୋଜନାର ଭିଡିଓ କନଫରେନ୍ସ ଜରିଆରେ ଶିଳାନ୍ୟାସର ଉଦଘାଟନ କରିବେ ।