ପୁରୀ(ଏଟିଆର ବ୍ୟୁରୋ):କରୋନା ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିଦର୍ଶନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଗତ ବର୍ଷ ଅକ୍ଟୋବର ମାସ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ପୁରୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ପୁରୀ ଗସ୍ତ କରିଥିଲେ । ଶ୍ରୀଜଗନ୍ନାଥ ହେରିଟେଜ କରିଡର ଗଠନ କରି ରାଜ୍ୟ ସରକାର ବିଭିନ୍ନ ବିକାଶମୂଳକ କାମ ଆଗେଇ ନେଉଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ଏଥିରେ ବାଧକ ସାଜିବ ବୋଲି କୁହାଯାଉଛି।
କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ନେଇ ମୁଁ ବହୁ ଉତ୍ସାହିତ ଅଛି ।ଏବଂ ସବୁକିଛି ତାଙ୍କରି ଇଚ୍ଛା ବୋଲି ସେ ଟ୍ୱିଟରେ ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ ନେଇ ସେଠାରେ ଆଲୋଚନା କରିପାରନ୍ତି ବୋଲି କହିଛନ୍ତି ।