ପୁରୀ(ଏଟିଆର ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ହେଲିପ୍ୟାଡରୁ ଓହ୍ଲାଇବା ପରେ କାର ଯୋଗେ ସେ ବଡଦାଣ୍ଡରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀ ବଡଦାଣ୍ଡରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଭକ୍ତମାନେ ଜୟ ଜଗନ୍ନାଥର ଧ୍ୱନୀ ଦେଇଥିଲେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ପୁରୀରେ କେନ୍ଦ୍ର ସରକାରଙ୍କୁ କଡା ବାର୍ତ୍ତା ଦେଇଛନ୍ତି । ।ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ ଲ ସମ୍ପର୍କରେ ମନ୍ତବ୍ୟ ନେଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀଜଗନ୍ନାଥଙ୍କ ବିକାଶ କାର୍ଯ୍ୟକୁ କେହି ରୋକି ପାରିବେ ନାହିଁ ବୋଲି କହିଛନ୍ତି ।ମନ୍ଦିର ଉନ୍ନତିକରଣରେ ତ୍ୟାଗ ଦେଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଶ୍ରୀଜଗନ୍ନାଥଙ୍କ ପାଇଁ ଓଡିଶାବାସୀ ଅଛନ୍ତି । ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା । ଏବଂ ପୁରୀର ବିକାଶ ଆଗକୁ ବଢିବା ସହ ରାଜ୍ୟବାସୀଙ୍କ ସୁଖ ଓ ଶାନ୍ତି ପାଇଁ ଜଗନ୍ନାଥଙ୍କ ନପାଖରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।