ଭୂବନେଶ୍ୱର(ଏଟିଆର ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ cmo ୱେବସାଇଟ ମାଧ୍ୟମରେ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି । ଗତବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେ ତାଙ୍କ ସମ୍ପତ୍ତିର ତାଲିକା ଦେଇଛନ୍ତି ।
୧-ନବୀନଙ୍କ ପାଖରେ ୧୯୮୦ ମଡେଲର ଏକ କାର ରହିଛି ।ଯାହାର ମୂଲ୍ୟ ୮ ହଜାର ୯୦୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଦେଶରେ ୭ ଟି ବ୍ୟାଙ୍କରେ ନବୀନଙ୍କର ୧୩ କୋଟି ୧ ଲକ୍ଷ ୬ ହଜାର ୧୧ କୋଟି ଟଙ୍କା ରହିଛି ।
୨-ମାର୍ଚ୍ଚ ମାସ ସୁନ୍ଧା ନବୀନଙ୍କ ପାଖରେ ୨ ଏକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନା ରହିଛି ବୋଲି ଅନୁମାନ କରାଯାଉଛି । ଦିଲ୍ଲୀ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନବୀନଙ୍କର ୨ ଟି ବ୍ୟାଙ୍କ ରହିଛି । ବ୍ୟାଙ୍କ ଇଣ୍ଡିଆର ସେଭିଙ୍ଗ ଆକାଉଣ୍ଟରେ ରହିଛି ୧୬.୭୬ ଲକ୍ଷ ଟଙ୍କା ରହିଥିବା ବେଳେ ଫିକ୍ସ ଡିପୋଜିଟ ୧.୦୩କୋଟି ଟଙ୍କା ରହିଛି ।
୩-ସେହିଭଳି ରାଜ୍ୟର ୪ ଟି ସ୍ଥାନରେ ରହିଛି ଷ୍ଟେଟବ୍ୟାଙ୍କ ଆକାଉଣ୍ଟ । ଭୂବନେଶ୍ୱର ସେଭିଙ୍ଗ ଆକାଉଣ୍ଟରେ ୧୦.୫୬ ଟଙ୍କା ରହିଥିବା ବେଳେ ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସର ଏସବିଆଇ ଶାଖାରେ ରହିଛି ୨ ଟି ଆକାଉଣ୍ଟ । ସ୍ଥାୟୀ ସମ୍ପତ୍ତ ମଧ୍ୟରେ ଭୂବନେଶ୍ୱର , ଦିଲ୍ଲୀ , ହରିଆଣା , ରହିଛି ଜମି ଓ କୋଠା ।
୪-ନବୀନ ନିବାସରେ ତାଙ୍କ ସେୟାରର ମୂଲ୍ୟ ୯ କୋଟି ୫୨ଲକ୍ଷ ୪୬ହଜାର୧୯୦ଟଙ୍କା ରହିଛି । ଏବଂ ନୁଆଦିଲ୍ଲୀ ଶେଆରରେ ଆନୁମାନିକ ମୂଲ୍ୟ ୪୩ କୋଟି ୩୬ ଲକ୍ଷ୧୮ହଜାରଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।