ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଲେଖା ଅଛି ସମସ୍ତ ହିତାଧିକାରୀ ପରିବାରଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇ ଦିଆଯିବା ପାଇଁ । ଫନି ପ୍ରଭାବିତ ଜିଲ୍ଲାରେ ପ୍ରାୟ ୭ କୋଟି ୮୭ ହଜାର ଲୋକ ଚିହ୍ନଟ ହୋଇଥିଲେ । ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ନବୀନଙ୍କୁ ଚିଠି ଲେଖିଛନ୍ତି ।
ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ଅନ୍ୟ ୧୬ ଜିଲ୍ଲାର ଯେଉଁ ୬ ଲକ୍ଷ ୭ ହଜାର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି ତାଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥିବା କଥା ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । କାରଣ ଅଣଫନି ପ୍ରଭାବିତ ଜିଲ୍ଲାରେ ୬.୦୭ଲକ୍ଷ ଲୋକେ ପିଏମଏୱାଇରୁ ବାଦ ପଡିଛନ୍ତି ।
ଭାରତ ସରକାରଙ୍କ ଗ୍ରାମ ବିକାଶ ମନ୍ତ୍ରଣାଳୟକୁ ଏହି ୧୬ ଜିଲ୍ଲାର ୬ ଲକ୍ଷ ଘରକୁ ଜିଓ ଟ୍ୟାଗ୍ କରିବା ନିମନ୍ତେଇଁ ଆବାସ ୱିଣ୍ଡୋ ଓ ମୋବାଇଲ୍ ଆପ୍ ଖୋଲିବା ନେଇ ନବୀନ ଚିଠିରେ ଦାବି କରିଛନ୍ତି ।