ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନୂଆ ମୋଟର ଭେଇକିଲ ଆକ୍ଟ ଆସିଲା ପରେ ଏବେ ଆରଟିଓ ଅଫିସରେ ଭିଡ କହିଲେ ନସରେ । ତିନି ମାସ ଭିତର ନିଜ କାଗଜ ପତ୍ର ଠିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ଏବେ ସାଧାରଣ ଗାଡି ଚାଳକ ଚିନ୍ତାରେ । ଏହି ସ୍ୱଳ୍ପ ସମୟ ମଧ୍ୟରେ ନିଜ ନିଜ କାଗଜ ପତ୍ର ଠିକ କରିବାକୁ ଆରଟିଓ ଅଫିସରେ ଲଗାଉଛନ୍ତି ଲାଇନ । ସାଧାରଣ ଲୋକଙ୍କର ଏହି ସମସ୍ୟାର ସିଧା ଫାଇଦା ଉଠାଉଛନ୍ତି କିଛି ଦଲାଲ ।
ଏଇଟା କରିଦେବୁ ସେଇଟା କିଦେବୁ କହି ଚାଳକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି । ତେବେ ଏଥିରେ ରୋକ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଫୁଲ ଆକ୍ସନ ମୁଡକୁ ଆସିଛନ୍ତି । ୧୫ ଦିନ ମଧ୍ୟରେ ସମସ୍ତ ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଏବଂ ଆରଟିଓମାନଙ୍କ ସହ ଆଲୋଚନା କରିଛନ୍ତି ।
ସେହିଭଳି ନିଶାଦ୍ରବ୍ୟ ସେବନ କରି ଗାଡି ଚାଳନା କରୁଥିବା ବ୍ୟକ୍ତି ଓ ଦ୍ରୁତ ଗାଡି ଚାଳନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ଓ ସଚେତନତା ଉପରେ ସେ ଜୋର ଦେଇଛନ୍ତି ।